ନୂଆଦିଲ୍ଲୀ: ଦିଲ୍ଲୀକୁ ଆସନ୍ତାକାଲି ସକାଳ 6ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକ୍ଡାଉନ କରାଯିବ । ଏହା ସହିତ ଦିଲ୍ଲୀ ସହିତ ଲାଗି ରହିଥିବା ସୀମା ଗୁଡିକୁ ସିଲ କରାଯାଉଛି । କୌଣସି ଘରୋଇ ବିମାନ ମଧ୍ୟ ଚଳାଚଳ କରାଯିବନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।
ମହାମାରୀ କୋରୋନାର ମୁକାବିଲା ପାଇଁ ଦିଲ୍ଲୀ ସରକାର ନେଇଥିବା ମୁଖ୍ୟ ବିଷୟ ହେଲା ଆସନ୍ତାକାଲି ସକାଳ 6ରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଦିଲ୍ଲୀକୁ ଲକ ଡାଉନ କରାଯିବ । କୌଣସି ଘରୋଇ ବିମାନ ଚଳାଚଳ କରାଯିବ ନାହିଁ । ଦିଲ୍ଲୀକୁ ଲାଗି ରହିଥିବା ସମସ୍ତ ସୀମାକୁ ସିଲ କରାଯିବ । ଦିଲ୍ଲୀ ଲକ ଡାଉନ ସମୟରେ ବ୍ୟାଙ୍କ ଖୋଲା ରହିବ । ଏହା ସହ ଜରୁରୀ କାଳୀନ ସେବା ତଥା ମେଡିକାଲ, ଔଷଧ ଦୋକାନ, ଅଗ୍ନିଶମ ବିଭାଗ, ରାସନ ସାମଗ୍ରୀ ଦୋକନ ଖୋଲା ରହିବ ।