ନୂଆଦିଲ୍ଲୀ: ଜାତିସଙ୍ଘରେ ପହଞ୍ଚିଲା ଦିଲ୍ଲୀ ହିଂସା ମାମଲା । ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜାତିସଙ୍ଘ ଜେନେରାଲ ସେକ୍ରେଟେରୀ ଆଣ୍ଟୋନିଓ ଗୁଟେରସ ।
ଏନେଇ ଗୁଟେରସଙ୍କ ମୁଖପାତ୍ର ଷ୍ଟିଫନ ଡୁଜାରିକା କହିଛନ୍ତି, ଆଜି ଭାରତର ରାଜଧାନୀରେ ଯେଉଁ ସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ଏଭଳି ସ୍ଥିତିରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ସବୁଠୁ ଆବଶ୍ୟକତା ରହିଛି । ସାମ୍ପ୍ରଦାୟିକ ସଂଯମତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ ଜାତିସଙ୍ଘ ଜେନେରାଲ ସେକ୍ରଟେରୀ ଆଣ୍ଟୋନିଓ ଗୁଟେରସ ଲଗାତାର ଦିଲ୍ଲୀ ହିଂସା ଉପରେ ନଜର ରଖିଛନ୍ତି ବୋଲି ଷ୍ଟିଫନ କହିଛନ୍ତି ।