ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଜାରି ପ୍ରଦର୍ଶନ ହିଂସାକାଣ୍ଡର ରୂପ ନେଇଛି । ତେବେ ଏହି ହିଂସାକାଣ୍ଡ ସମ୍ବନ୍ଧୀୟ ଅଭିଯୋଗ ଉପରେ ପୋଲିସକୁ ତୁରନ୍ତ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ ।
ଦିଲ୍ଲୀ ହିଂସା ସମ୍ବନ୍ଧୀୟ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି - Violence in Delhi over CAA
ଦିଲ୍ଲୀରେ ସିଏଏ ହିଂସାକାଣ୍ଡ ସମ୍ବନ୍ଧୀୟ ଅଭିଯୋଗ ଉପରେ ପୋଲିସକୁ ତୁରନ୍ତ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ । ଅଧିକ ପଢନ୍ତୁ...
ଏହି ଆବେଦନ ପୂର୍ବତନ ମୁଖ୍ୟ ସୂଚନା କମିଶନର ୱଜାହତ ହବିବୁଲ୍ଲା, ଭିମ ଆର୍ମୀ ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବାହାଦୂର ଆବ୍ବାସ ନକବୀ ଦାଖଲ କରିଥିଲେ । ଏଥିରେ ସିଏଏକୁ ନେଇ ଶାହୀନବାଗ ଓ ଜାତୀୟ ରାଜଧାନୀର ଅନ୍ୟ ଅଞ୍ଚଳରେ ଜାରି ଧାରଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ କୁହାଯାଇଛି । ତେବେ ମଙ୍ଗଳବାର ଜଷ୍ଟିସ ଏସ.କେ କାଉଲ ଓ ଜଷ୍ଟିସ କେ.ଏମ. ଜୋସେଫଙ୍କ ଖଣ୍ଡପୀଠ ଆବେଦନକୁ ଜରୁରୁୀକାଳିନ ଭାବେ ଶୁଣାଣି କରିବାକୁ ସୂଚୀବଦ୍ଧ କରିଥିଲେ । ବୁଧବାର ଏହାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଥିଲେ ।
ସୂଚନାଯୋଗ୍ୟ ଯେ, ରବିବାର ଠାରୁ ସିଏଏକୁ ନେଇ ଜାଫରାବାଦରେ ସୃଷ୍ଟି ହୋଇଥିବା ହିଂସା ଭୀଷଣ ରୂପ ନେଇଛି । ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳାରେ ଏବେ ସୁଦ୍ଧା 13 ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀ ପୋଲିସର ହେଡ୍ ପୋଲିସ କନଷ୍ଟେବଳ ରତନଲାଲ ରହିଛନ୍ତି । ଏହାସହ ଏଥିରେ 150 ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।