ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: କପିଲ ମିଶ୍ରଙ୍କ ବିରୋଧରେ ମିଥ୍ୟା ପ୍ରଚାର ହିଂସା ବଢିବାର କାରଣ ! - rumor on kapil mishra

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ହିଂସା ଉପରେ ପଡିଥିବା ପରଦା ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସର କହିବାନୁସାରେ, ହିଂସାକାରୀଙ୍କ ମଧ୍ୟରେ ଜାଣିଶୁଣି ମିଥ୍ୟା ପ୍ରଚାର କରାଯାଇଥିଲା ।

କପିଲ ମିଶ୍ରଙ୍କ ବିରୋଧରେ ମିଥ୍ୟା ପ୍ରଚାର ହିଂସା ବଢିବାର କାରଣ
କପିଲ ମିଶ୍ରଙ୍କ ବିରୋଧରେ ମିଥ୍ୟା ପ୍ରଚାର ହିଂସା ବଢିବାର କାରଣ

By

Published : Jun 24, 2020, 2:58 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ହିଂସା ଉପରେ ପଡିଥିବା ପରଦା ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ କହିବାନୁସାରେ, ହିଂସାକାରୀଙ୍କ ମଧ୍ୟରେ ଜାଣିଶୁଣି ମିଥ୍ୟା ପ୍ରଚାର କରାଯାଇଥିଲା । କପିଲ ଶର୍ମାଙ୍କ ସମର୍ଥକ ସିଏଏ ବିରୋଧ ପ୍ରଦର୍ଶନ ଚାଲିଥିବା ପେଣ୍ଡାଲରେ ନିଆଁ ଲଗାଇଥିବା ମିଥ୍ୟା ପ୍ରଚାର କରାଯାଇଥିଲା, ଯାହା ଫଳରେ ଭିଡ ହିଂସା ବଢିଯାଇଥିଲା ।

ଦିଲ୍ଲୀ ହିଂସାକୁ ନେଇ ଦିଲ୍ଲୀ ପୋଲିସର ଚାର୍ଜସିଟରେ ଏହି ଖୁଲାସା କରାଯାଇଛି। ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ହେଡ୍ କନଷ୍ଟେବଳ ରତନ ଲାଲଙ୍କ ଚାର୍ଜସିଟରେ ଦିଲ୍ଲୀ ପୋଲିସ ପ୍ରକାଶ କରିଛି ଯେ ଚାନ୍ଦବାଗ ଅଞ୍ଚଳରେ ହିଂସାକାରୀଙ୍କ ମଧ୍ୟରେ ସୁଚିନ୍ତିତ ଭାବେ ଗୁଜବ ପ୍ରଚାରିତ ହୋଇଥିଲା । ବିଜେପି ନେତା କପିଲ ମିଶ୍ରଙ୍କ ସମର୍ଥକ ସିଏଏ ବିରୋଧୀ ପେଣ୍ଡାଲରେ ନିଆଁ ଲଗାଇ ଦେଇଥିଲେ, ଏହା ପରେ ବିକ୍ଷୋଭକାରୀ ହିଂସ୍ର ହୋଇଯାଇଥିଲେ ।

ଦିଲ୍ଲୀ ପୋଲିସ କହିବାନୁସାରେ, ଏହି ଗୁଜବ ହିଂସାକାରୀଙ୍କ ମଧ୍ୟରେ ବ୍ୟାପି ଯାଇଥିଲା ଯାହାଦ୍ବାରା ଭିଡ ରାସ୍ତା ଉପରକୁ ମାଡି ଆସିଥିଲେ । ପ୍ରକାଶଥାଉକି, ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳଙ୍କୁ ଚାନ୍ଦବାଗ ଅଞ୍ଚଳରେ ହତ୍ୟା କରାଯାଇଥିଲା। ଡିସିପି ଅମିତ ଶର୍ମାଙ୍କ ଉପରେ ମଧ୍ୟ ସାଂଘାତିକ ଆକ୍ରମଣ ହୋଇଥିଲା।

ପ୍ରକାଶଥାଉକି, ହେଡ୍ କନଷ୍ଟେବଳଙ୍କ ହତ୍ୟା ଚାର୍ଜସିଟରେ ଯୋଗେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ହିଂସା ପୂର୍ବରୁ ଯୋଗେନ୍ଦ୍ର ଯାଦବ ଚାନ୍ଦବାଗରେ ସିଏଏ ବିରୋଧରେ ଭାଷଣ ଦେଇଥିଲେ।

ABOUT THE AUTHOR

...view details