ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଟିତ ହିଂସାରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଦିଲ୍ଲୀ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସୁନୀଲ ଗୌରଙ୍କୁ ‘କ୍ଲେମସ କମିଶନର’ଭାବେ ନିଯୁକ୍ତ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ସରକାର ଏ ସଂକ୍ରାନ୍ତୀୟ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।
ଚଳିତ ବର୍ଷ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ଏହାପରେ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଏନ ପଟେଲ ଜଷ୍ଟିସ ଗୌରଙ୍କୁ ‘କ୍ଲେମସ କମିଶନର’ ଭାବରେ ସୁପାରିଶ କରିଥିଲେ । ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ ଗୌର ‘କ୍ଲେମସ କମିଶନର’ ଭାବରେ 6 ମାସ ପାଇଁ କାର୍ଯ୍ୟକରିବେ । ଯଦି ପରବର୍ତ୍ତୀ ସମୟରେ ଆବଶ୍ୟକ ହୁଏ ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ଏଥିରେ ଉଲ୍ଲେଖ ରହିଛି ।