ନୂଆଦିଲ୍ଲୀ: ବୁଧବାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ସାଂସଦ ରାହୁଲ ଗାନ୍ଧୀ । ଏହିଗସ୍ତ ପରେ ସ କହିଛନ୍ତି ଯେ, ‘ବିଦ୍ୟାଳୟ ଭାରତର ଭବିଷ୍ୟତ, କିନ୍ତୁ ଘୃଣା ଓ ହିଂସା ଏହାକୁ ନଷ୍ଟ କରିଦେଇଛି । ଏଥିରେ କେହି ବି ଉପକୃତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି ।
ବୁଧବାର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଉତ୍ତର-ପୂର୍ବ ଦିଲ୍ଲୀର ବ୍ରିଜପୁରି ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାହୁଲ ଗାନ୍ଧୀ ।
ଗାନ୍ଧୀ ଆହୁରି କହିଛନ୍ତି ଯେ, "ଏହା ଯନ୍ତ୍ରଣାଦାୟକ ସମୟ ଅଟେ, ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ ଆମ ସମସ୍ତଙ୍କୁ ଏକଜୁଟ ହେବା ଏବଂ ଭଲପାଇବା, ଭାଇଚାରା ସହିତ ଏକାଠି ହୋଇ କାମ କରିବା । ଏକାଠି ହେଲେ ହିଁ ଭାରତକୁ ଆଗକୁ ନିଆଯାଇପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।