ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା । ଏଥିରେ 42ଜଣଙ୍କ ଜୀବନ ଯିବା ସହ 200ରୁ ଉର୍ଦ୍ଧ୍ବ ଆହତ । ହିଂସାର ପ୍ରଭାବ କେବଳ ଲୋକଙ୍କ ଜୀବନ ଉପରେ ନୁହେଁ ବରଂ ଦେଶର ଆଗାମୀ ଭବିଷ୍ୟତଙ୍କ ଉପରେ ମଧ୍ୟ ପଡିଛି । ବାଜିରେ ଲାଗିଛି 1222 ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାରଣ ହିଂସାରେ ଜଳିଯାଇଛି 90 ଲକ୍ଷର ଏକ ସରକାରୀ ବିଦ୍ୟାଳୟ ।
ଜାଫରାବାଦ ଅଞ୍ଚଳରେ ଥିବା ଅରୁଣ ମଡର୍ଣ୍ଣ ପବ୍ଲିକ ସ୍କୁଲ ହିଂସାର ଶିକାର ହୋଇଛି । ସମ୍ପୂର୍ଣ୍ଣ ବିଦ୍ୟାଳୟ ଜଳିପୋଡି ପାଉଁଶ ହୋଇଯାଇଛି। ଏନେଇ ଇଟିଭି ଭାରତ ସହ ଆଲୋଚନା କରିଥିଲେ ସ୍କୁଲର ମୁଖ୍ୟ ଅଭିଷେକ ଶର୍ମା । ସେ କହିଛନ୍ତି,‘ ସ୍କୁଲରେ ଥିବା ସମସ୍ତ କାଗଜପତ୍ର ଜଳିଯାଇଛି । ସ୍କୁଲର ଛାତ ଉପରେ ଚଢି ଆନ୍ଦୋଳନକାରୀ ଲଗାତାର ହିଂସାତ୍ମକ କାର୍ଯ୍ୟକଳାପ କରୁଥିଲେ ।’