ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା ସମ୍ପର୍କରେ ପଚରାଉଚରା ପାଇଁ ଚିହ୍ନଟ ଲୋକଙ୍କୁ ପୋଲିସର ନୋଟିସ

ଫେବୃଆରୀ 2020 ର ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ମାମଲାରେ 50 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ନୋଟିସ ଜାରି କରିଛି । ମାର୍ଚ୍ଚ 31 ଠାରୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 3, 2020, 7:40 PM IST

ନୂଆଦିଲ୍ଲୀ: ଫେବୃଆରୀ 24 ଓ 25 ତାରିଖ ଉତ୍ତର-ପୂର୍ବ ଦିଲ୍ଲୀ ହୋଇଥିବା ହିଂସା ଘଟଣାରେ ସାମିଲ ଥିବା ନେଇ ପୋଲିସ ଚିହ୍ନଟ କରିଥିବା ଲୋକଙ୍କୁ ନୋଟିସ୍ ପଠାଇଛି । ମାର୍ଚ୍ଚ 31 ରୁ ପଚରାଉଚରା ପାଇଁ ଏହି ନୋଟିସ ପଠାଇଛି ଦିଲ୍ଲୀ ପୋଲିସ ।

ସୂଚନା ଯେ, ଫେବୃଆରୀ 2020 ର ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ମାମଲାରେ 50 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ନୋଟିସ ଜାରି କରିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତମାସରେ କେନ୍ଦ୍ରର ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ବିପକ୍ଷ ଓ ସପକ୍ଷବାଦୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଦଙ୍ଗାର ରୂପ ନେଇଥିଲା । ପରେ ଉତ୍ତର ଦିଲ୍ଲୀର ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଖୁରେଜି ଖାସ ଓ ଭଜନପୁରା ଅଞ୍ଚଳରେ ଘଟିଥିଲା ସାମ୍ପ୍ରଦାୟିକ ଦଙ୍ଗା । ଏଥିରେ 50ରୁ ଉର୍ଦ୍ଧ୍ବଙ୍କ ପ୍ରାଣ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।

@ANIଇନପୁଟ

ABOUT THE AUTHOR

...view details