ଓଡିଶା

odisha

ETV Bharat / bharat

ହିଲ୍ଲୀ ହିଂସା ମାମଲା: 3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଚଳିତ ବର୍ଷ ଫେବୃୟାରୀ ମାସରେ ଘଟିଥିବା ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରିଛନ୍ତି। ଅଧିକ ପଢନ୍ତୁ...

By

Published : Oct 18, 2020, 3:46 PM IST

3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ 3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଚଳିତ ବର୍ଷ ଫେବୃୟାରୀ ମାସରେ ଘଟିଥିବା ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ପକ୍ଷରୁ କାଉନସେଲ ଯୁକ୍ତି କରିଥିଲେ ଯେ, ତଦନ୍ତକାରୀ ସଂସ୍ଥା ଏହି ଘଟଣାରେ ଭୁଲ ତଦନ୍ତ କରିଛନ୍ତି। ଏହି ଘଟଣାର ତଦନ୍ତ ନିରପେକ୍ଷ ଭାବରେ କରାଯାଇ ନାହିଁ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ଯାଞ୍ଚ ଏଜେନ୍ସି ମିଥ୍ୟା ଅଭିଯୋଗରେ ଗିରଫ କରିଛନ୍ତି ।

ଏପଟେ ଅତିରିକ୍ତ ସେସନ ଜଜ୍ ବିନୋଦ ଯାଦବ ଅଭିଯୁକ୍ତ ଗୁଲଫାମ, ରିୟାସତ୍ ଅଲ୍ଲୀ ଏବଂ ଇରସାଦ ଅହମ୍ମଦଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି, ସମସ୍ତ ରେକର୍ଡ, ଅପରାଧର ଗମ୍ଭୀରତା ଏବଂ ଅଭିଯୁକ୍ତମାନେ ସମାନ ଅଞ୍ଚଳର ବାସିନ୍ଦାକୁ ବିଚାର କରି ଯଦି ସେମାନଙ୍କୁ ଜାମିନରେ ଛାଡି ଦିଆଯାଏ । ତେବେ ସେମାନେ ସାକ୍ଷୀମାନଙ୍କୁ ଧମକ କିମ୍ବା ଭୟଭୀତ କରିପାରିବେ । ଏଣୁ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜାମିନ ମିଳିବା ଉଚିତ୍ ନୁହେଁ ।

ABOUT THE AUTHOR

...view details