ଓଡିଶା

odisha

ETV Bharat / bharat

ଅଙ୍କିତ ଶର୍ମା ମର୍ଡର ମାମଲା: ଶରୀରରେ 51 ଆଘାତ ଲାଗିଥିବା ସୂଚନା, ଚାର୍ଜସିଟ୍ ଦାଖଲ - ଅଙ୍କିତ ଶର୍ମା ମର୍ଡର କେସ୍

ଦିଲ୍ଲୀ ହିଂସା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ଆଜି କଡକର୍ଡୁମା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି।

delhi violence
ଅଙ୍କିତ ଶର୍ମା ମର୍ଡର କେସ୍

By

Published : Jun 3, 2020, 3:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ଆଜି କଡକର୍ଡୁମା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି 650 ପୃଷ୍ଠାର ଚାର୍ଜସିଟରେ ଦାବି କରାଯାଇଛି ଯେ ଅଙ୍କିତ ଶର୍ମାଙ୍କ ଦେହରେ 51 ଟି ଆଘାତ ଲାଗିଛି ଓ ହତ୍ୟା ଷଡଯନ୍ତ୍ରରେ କାଉନସିଲର ତାହିର ହୁସେନ୍ ମଧ୍ୟ ସମ୍ପୃକ୍ତ ଅଛନ୍ତି।

ଚାର୍ଜସିଟ ଅନୁଯାୟୀ, ଚାନ୍ଦବାଗ ଅଞ୍ଚଳରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ 10 ଜଣ ଏକାଠି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ମଧ୍ୟରେ କାଉନସିଲର ତାହିର ହୁସେନ୍, ହଲିଲ ସଲମାନ, ସମୀର ଅଛନ୍ତି। ଏହା ବ୍ୟତୀତ ଦୁଇଜଣ କୁଖ୍ୟାତ ଦୁଷ୍କର୍ମକାରୀ ନାଜିମ ଓ କାସିମଙ୍କ ସମେତ ଆଉ 5 ଜଣ ଅଭିଯୁକ୍ତ ଅଛନ୍ତି। ଚାର୍ଜସିଟରେ ସମୁଦାୟ 96 ସାକ୍ଷୀ ଅଛନ୍ତି ।

ଚାର୍ଜସିଟରେ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ଅଙ୍କିତ ଶର୍ମାଙ୍କ ଶରୀରରେ ମୋଟ 51 ଟି କ୍ଷତ ଚିହ୍ନ ରହିଛି। ଏହି ମାମଲାରେ ସଲମାନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ, ଯାହାର ମୋବାଇଲ କଲ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଦ୍ବାରା ଅଟକାଯାଇଥିଲା।

ଚାର୍ଜସିଟ ଅନୁଯାୟୀ, ବହିଷ୍କୃତ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନ୍ ଫେବୃଆରୀ 25 ରେ ଚାନ୍ଦବାଗ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ ଓ ଅଙ୍କିତ ଶର୍ମାଙ୍କ ମୃତ୍ୟୁକୁ ନେଇ ସମାନ ହିଂସା ସୃଷ୍ଟି କରିଥିଲା। ଏହି କାରଣରୁ ତାହିରଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରାଯାଇଛି। ବର୍ତ୍ତମାନ ଅଙ୍କିତ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ଜେଲରେ ଅଛନ୍ତି।

ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଫେବୃଆରୀ 25 ରେ ଖଜୁରୀ ଖାସ୍ ଅଞ୍ଚଳର AAP କାଉନସିଲର ତାହିର ହୁସେନ୍‌ଙ୍କ ଘର ବାହାରେ ହତ୍ୟା କରାଯାଇଥିଲା। ଅଙ୍କିତ ଶର୍ମାଙ୍କ ହତ୍ୟା ପରେ ତାଙ୍କ ମୃତଦେହକୁ ନିକଟସ୍ଥ ଡ୍ରେନରେ ପକାଇ ଦେଇଥିଲେ। ପରଦିନ ଅଙ୍କିତ ଶର୍ମାଙ୍କ ମୃତଦେହ ଡ୍ରେନରୁ ବାହାର କରାଯାଇଥିଲା।

ଏହି ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ତାଙ୍କ ମୋବାଇଲ୍ ଫୋନରୁ ଏକ ଭିଡିଓ ରେକର୍ଡ କରିଥିଲେ। ଏହି ଭିଡିଓରେ କିଛି ଲୋକ ଡ୍ରେନରେ ମୃତଦେହ ଫିଙ୍ଗିଥିବାର ନଜର ଆସିଛନ୍ତି। ଏହି ମାମଲାରେ ତାହିର ହୁସେନ୍‌ଙ୍କ ସମେତ 10 ଜଣଙ୍କୁ ଗିରଫ କରାଯାଇଥିଲା। ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ଏକ ଷଡଯନ୍ତ୍ର ଥିବା ପୋଲିସ କହିଛି।

ABOUT THE AUTHOR

...view details