ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ଦଙ୍ଗା ପ୍ରଭାବିତ ଅଞ୍ଚଳରେ ସିବିଏସଇ ପରୀକ୍ଷା ବାତିଲ - ସିବିଏସଇ ପରୀକ୍ଷା ବାତିଲ

ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା କାରଣରୁ ଲାଗି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ସିବିଏସଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ । ଏବେ ହିଂସାକୁ ଦୃଷ୍ଟିରେ ରଖି ସିବିଏସଇ 28 ଏବଂ 29 ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀରେ ହେବାକୁ ଥିବା ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 27, 2020, 6:53 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା କାରଣରୁ ସ୍ଥିତି ସଂଗୀନ ରହିଛି । ହିଂସାକୁ ଦୃଷ୍ଟିରେ ରଖି ସିବିଏସଇ 28 ଏବଂ 29 ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀରେ ହେବାକୁ ଥିବା ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି । ଆଗକୁ ପରୀକ୍ଷା ପାଇଁ ନୂତନ ତାରିଖ ସ୍ଥିର କରାଯିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା କାରଣରୁ ଲାଗି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ସିବିଏସଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ । ଛାତ୍ର, ଅଭିଭାବକ ଓ ଷ୍ଟାପ ମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ଧ୍ୟାନ ରଖି ପରୀକ୍ଷା ବାତିଲ କରିବାକୁ ସେ ସିବିଏସଇ ବୋର୍ଡକୁ ଅନୁରୋଧ କରିଥିଲେ ।

ପରେ ଦିଲ୍ଲୀରେ ସିଏଏ ହିଂସାରେ ପରବର୍ତ୍ତୀ ସ୍ଥିତିକୁ ଦେଖି ସିବିଏସଇ ଉତ୍ତର ପୂର୍ବ ଦିଲ୍ଲୀରେ ଫେବୃଆରୀ 28 ଏବଂ 29 ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଖୁବଶୀଘ୍ର ପରୀକ୍ଷା ପାଇଁ ତାରିଖ ସୂଚୀ ଜାରି କରାଯିବ । ଏଥିସହ ସିବିଏସଇ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ ମାର୍ଚ୍ଚ ୨ ତାରିଖରୁ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସମସ୍ତ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।

ଅନ୍ୟପଟେ ଗୁରୁବାର ଏକ ପ୍ରେସ କନଫରେନ୍ସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଉତ୍ତର-ପୂର୍ବ ଦିଲ୍ଲୀର ଅନେକ ବିଦ୍ୟାଳୟ ସିଏଏ ହିଂସାରେ କ୍ଷତିଗ୍ରସ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଜଳି ଯାଇଥିବା କହିଛନ୍ତି ସିଏମ । ଏହି ସମସ୍ତ ଇଲାକାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ପାଠ୍ୟପୁସ୍ତକ ଓ ପିଲାଙ୍କୁ ୟୁନିଫର୍ମ ମାଗଣା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ସିଏମ କେଜ୍ରିୱାଲ । ଅନ୍ୟପଟେ ICSC ଓ CBSE ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଏକ ତାଲିକା ପ୍ରଦାନ କରି ସମ୍ପୃକ୍ତ ବୋର୍ଡକୁ ପଠାଯିବ । ପରବର୍ତ୍ତୀ ସମୟରେ ସେମାନଙ୍କ ପରୀକ୍ଷା କରିବା ପାଇଁ ବୋର୍ଡ ବ୍ୟବସ୍ଥା କରିବ ବୋଲି କହିଛନ୍ତି ସିଏମ କେଜ୍ରିୱାଲ ।

ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 35 ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details