ଓଡିଶା

odisha

By

Published : Mar 7, 2020, 4:37 PM IST

ETV Bharat / bharat

ଦିଲ୍ଲୀ ହିଂସା: ତାହିର ହୁସେନଙ୍କ ବନ୍ଧୁକ ଜବତ, ହୋଇପାରେ ଫରେନସିକ୍ ଯାଞ୍ଚ

ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ସମ୍ପୃକ୍ତି ଓ IB ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ତାହିର ହୁସେନ୍‌ଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଏବଂ 24ଟି କ୍ୟାଟ୍ରିଜ୍ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ସମ୍ପୃକ୍ତି ଓ IB ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ତାହିର ହୁସେନ୍‌ଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଏବଂ 24ଟି କ୍ୟାଟ୍ରିଜ୍ ଜବତ କରିଛି ପୋଲିସ । ଦଙ୍ଗା ସମୟରେ ତାହିର ଘରେ ପିସ୍ତଲ ରଖିଥିବା ପୋଲିସ ସୂଚନା ଦେଇଛି । ପରେ ଏହି ବନ୍ଧୁକଟି ତାଙ୍କର କୌଣସି ସମ୍ପର୍କୀୟଙ୍କ ବ୍ୟକ୍ତିଙ୍କ ଘରେ ରହିଥିବା ଜଣାଯାଇଛି ।

ତାହିର ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଜବତ

ପୋଲିସ କହିଛି ଯେ ଏହି ପିସ୍ତଲକୁ ଏବେ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଯାଞ୍ଚ ପରେ ପିସ୍ତଲରୁ ଦଙ୍ଗା ସମୟରେ ଗୁଳି ଚଳାଯାଇଛି କି ନାହିଁ ବୋଲି ଜଣାପଡିବ । ଏଥି ସହ ତାହିର ହୁସେନ୍‌ଙ୍କ ମୋବାଇଲକୁ ମଧ୍ୟ ଜବତ କରାଯାଇଛି ।

ସୂଚନା ଯେ, ତାହିର ହୁସେନ୍‌ଙ୍କୁ 7ଦିନିଆ ପୋଲିସ ହେପାଜତରେ ପଠାଯାଇଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କହିଛି ଯେ ମୁସ୍ତାଫାବାଦରେ ତାହିର ହୁସେନ୍‌ଙ୍କୁ ଚାରି ଜଣ ସାହାଯ୍ୟ କରିଥିଲେ । ସୂତ୍ର ଅନୁସାରେ ଯେତେବେଳେ ଗିରଫ ପାଇଁ ଛନଭିନ କରାଯାଇଥିଲା ତାହିର ହୁସେନ୍ ମୁସ୍ତାଫାବାଦରୁ ବାହାରି ଜାକିର ନାଗରରେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ ।

ବର୍ତ୍ତମାନ ତାହିର ହୁସେନଙ୍କୁ ସାହାଯ୍ୟ କରିଥିବା ଏହି ଚାରି ଜଣ ବ୍ୟକ୍ତି ଏବେ କ୍ରାଇମବ୍ରାଞ୍ଚ ରାଡରରେ ଅଛନ୍ତି । ଏହି ଚାରି ଜଣଙ୍କୁ ଶୀଘ୍ର ପଚରାଉଚରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି |

ABOUT THE AUTHOR

...view details