ଓଡିଶା

odisha

ETV Bharat / bharat

ଆସୁଛନ୍ତି ଟ୍ରମ୍ପ, ଦିଲ୍ଲୀରେ ଆଡଭାଇଜରି ଜାରି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତକୁ ନେଇ ସୋମବାର ଏବଂ ମଙ୍ଗଳବାର ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥା ଉପରେ ଦୁଇ ଦିନ ଆଡଭାଇଜରୀ ଲାଗୁ କରାଯିବ ।

trump visit india
ଦିଲ୍ଲୀରେ ଆଡଭାଇଜରି ଜାରି

By

Published : Feb 23, 2020, 11:22 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇ ଦିନ ଆଡଭାଇଜରୀ ଲାଗୁ କରାଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତକୁ ନେଇ ସୋମବାର ଏବଂ ମଙ୍ଗଳବାର ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥା ଉପରେ ଦୁଇ ଦିନ ଆଡଭାଇଜରୀ ଲାଗୁ କରାଯିବ ।

ତେବେ ଟ୍ରମ୍ପ ମଙ୍ଗଳବାର ସକାଳେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ଥଳ ଯିବେ । ତେଣୁ ନୂଆଦିଲ୍ଲୀରୁ ସେଣ୍ଟ୍ରାଲ ଦିଲ୍ଲୀକୁ ସଂଯୁକ୍ତ କରୁଥିବା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଟ୍ରାଫିକ ଆଡଭାଇଜରୀ ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି ଡିସେମ୍ବର 25 ସଂନ୍ଧ୍ୟାରେ ଦିଲ୍ଲୀର ଚାଣକ୍ୟପୁରୀ, ଆରଏମଏଲ ରାଉଣ୍ଡଏବାଉଟ୍, ଢାଲୁଆ କୁଆନ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଏବଂ ଦିଲ୍ଲୀ-ଗୁରୁଗାଓଁ(ଏନଏଚ୍-48)ରେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ । ଏହାପରେ ପରିସ୍ଥିତିକୁ ଦେଖି ଟ୍ରାଫିକ ବ୍ୟବସ୍ଥାକୁ କୋହଳ କରାଯିବ ।

ତେବେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପାଖାପାଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୋଟ 10 ହଜାର ସିସିଟିଭି କ୍ୟାମେରା ଲଗାଯାଇଛି ।

ABOUT THE AUTHOR

...view details