ଓଡିଶା

odisha

ETV Bharat / bharat

କୋରୋନା ଲଢେଇ: ଦିଲ୍ଲୀରେ ବଦଳିଲା ରଣନୀତି, ହେବନି ଡୋର-ଟୁ-ଡୋର୍ ସର୍ଭେ - ministry of health

ରାଜଧାନୀ ଦିଲ୍ଲୀ କୋରୋନା ମହାମାରୀ ସହ ସଂଘର୍ଷ କରୁଛି। ପ୍ରତିଦିନ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟା ଅସୁବିଧାର କାରଣ ପାଲଟିଛି। କୋରୋନାର ଗତିକୁ ରୋକିବା ପାଇଁ ଦିଲ୍ଲୀରେ ପୁଣିଥରେ ରଣନୀତିକୁ ପରିବର୍ତ୍ତନ କରାଯାଇଛି।

କୋରୋନା ଲଢେଇ
କୋରୋନା ଲଢେଇ

By

Published : Jul 5, 2020, 5:26 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କୋରୋନା ମହାମାରୀ ସହ ସଂଘର୍ଷ କରୁଛି। ପ୍ରତିଦିନ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟା ଅସୁବିଧାର କାରଣ ପାଲଟିଛି। କୋରୋନାର ଗତିକୁ ରୋକିବା ପାଇଁ ଦିଲ୍ଲୀରେ ପୁଣିଥରେ ରଣନୀତିକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର, ନ୍ୟାସନାଲ ସେଣ୍ଟର ଫର ରୋଗ ନିୟନ୍ତ୍ରଣ (ଏନସିଡିସି) ଓ ନିତି ଆୟୋଗ ସହିତ ଦିଲ୍ଲୀ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି।

ନୂଆ ଯୋଜନାରେ କୁହାଯାଇଛି ଯେ ଦିଲ୍ଲୀରେ ଡୋର-ଟୁ-ଡୋର ସର୍ବେକ୍ଷଣ ବିକଳ୍ପ ଭଲ ନୁହେଁ। ଜନସଂଖ୍ୟା ଓ ସ୍ଥାନ ଉପରେ ଆଧାର କରି ଏହାକୁ 3 ଭାଗରେ ବିଭକ୍ତ କରି ଦିଲ୍ଲୀ କାମ କରାଯାଇପାରିବ । ଏହି ଯୋଜନାରେ ଦିଲ୍ଲୀକୁ କଣ୍ଟେନମେଣ୍ଟ ଜୋନ୍, ଆଇସୋଲେଟେଡ୍ ଅଞ୍ଚଳରେ ବିଭକ୍ତ କରିବାକୁ କୁହାଯାଇଛି । ଆଇସୋଲେଟେଡ୍ ଅଞ୍ଚଳକୁ ମଧ୍ୟ 2 ଭାଗରେ ବିଭକ୍ତ କରାଯିବ । ଏଥିରେ 28 ଦିନ ଲଗାତାର କେସ୍ ଆସୁଥିବା ଅଞ୍ଚଳ ଓ ଦିନେ ଛାଡି ଦିନେ ଆସୁଥିବା କୋରୋନା ମାମଲା ଆସୁଥିବା ଅଞ୍ଚଳ ଅନ୍ତର୍ଭୁକ୍ତ ।

ଦିଲ୍ଲୀ ସରକାର ଏହି ଯୋଜନାକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଜିଲ୍ଲାପାଳଙ୍କୁ ପଠାଯାଇଥିବା ଯୋଜନାରେ ଜୁଲାଇ 10 ପରେ ଏହି ରଣନୀତିର ସମୀକ୍ଷା କରାଯିବ ବୋଲି କୁହାଯାଇଛି। ଡୋର-ଟୁ-ଡୋର୍ ସର୍ବେକ୍ଷଣକୁ ସୂଚାଇ ଜିଲ୍ଲାପାଳ ମାନଙ୍କୁ କୁହଯାଇଛି ଯେ, ଅତିରିକ୍ତ କଣ୍ଟେନମେଣ୍ଟ ଜୋନରେ ଇଣ୍ଟରନାଲ ସର୍ଭାଇଲାନ୍ସ ଜଡିତ । ଏଥିରେ ପ୍ରାୟ ସମସ୍ତ କ୍ଲଷ୍ଟର ମାମଲା ରହିଛି । ଯାହା ମୋଟ କୋରୋନା ମାମଲାର ପ୍ରାୟ 43 ପ୍ରତିଶତ ଅଟେ ।

ଡୋର-ଟୁ-ଡୋର୍ ସର୍ବେକ୍ଷଣ ସହ ଜଡିତ ଅସୁବିଧା ସମ୍ପର୍କରେ ସରକାର କହିଛନ୍ତି ଯେ ଏହା ଅତି ବିପଦପୂର୍ଣ୍ଣ ଅଞ୍ଚଳ ତଥା କଣ୍ଟେନମେଣ୍ଟ ଜୋନରେ ବାଧା ସୃଷ୍ଟି କରିପାରେ। ଏହା ଏତେ ଉପଯୋଗୀ ହେବ ନାହିଁ । କଣ୍ଟେନମେଣ୍ଟ ଜୋନରେ ନଜର ରଖିବାକୁ ସରକାର ଗୁରୁତ୍ବାରୋପ କରିଛନ୍ତି।

ABOUT THE AUTHOR

...view details