ଓଡିଶା

odisha

ETV Bharat / bharat

ନବବର୍ଷରେ ବି CAAକୁ ବିରୋଧ: ଶାହିନବାଗରୁ ସାକେତ ପର୍ଯ୍ୟନ୍ତ ପ୍ରଦର୍ଶନ ଜାରି - caa protest

ନୂଆବର୍ଷର ପୂର୍ବ ରାତିରେ ମଧ୍ୟ ସିଏଏକୁ ବିରୋଧ । ଦେଶର ରାଜଧାନୀ ନୂଆଦିଲ୍ଲୀର ଶାହିନବାଗରୁ ସାକେତ ପର୍ଯ୍ୟନ୍ତ ସବୁଠି ପ୍ରଦର୍ଶନ । କଂଗ୍ରେସକର୍ମୀଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ...

delhi
CAAକୁ ବିରୋଧ: ଶାହିନବାଗରୁ ସାକେତ ପର୍ଯ୍ୟନ୍ତ ପ୍ରଦର୍ଶନ ଜାରି

By

Published : Jan 1, 2020, 9:30 AM IST

ନୂଆଦିଲ୍ଲୀ: ନୂଆବର୍ଷର ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ବିଳମ୍ବିତ ରାତିରେ କନ୍ନଟ ପ୍ଲେସ, ଶାହିନବାଗ ଓ ସାକେତ ସମେତ ଦିଲ୍ଲୀର ଅନେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ସାକେତରେ ସିଏଏ ବିରୋଧରେ ପ୍ରଦର୍ଶନ ପାଇଁ ପହଞ୍ଚିଥିବା କିଛି ଲୋକଙ୍କ ସହ ସିଏଏ ସମର୍ଥକଙ୍କ ଆମ୍ନାସାମ୍ନା ହୋଇଥିଲା । ରାତି ଅଧରେ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦର୍ଶନକାରୀ ସିଏଏ ବିରୁଦ୍ଧରେ ନାରାବାଜି କରିଥିଲେ ।

ଅନ୍ୟପକ୍ଷେ କନ୍ନଟ ପ୍ଲେସରେ କିଛି କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ସେଣ୍ଟ୍ରାଲ ପାର୍କରେ କଂଗ୍ରେସ ଅଧ୍ୟକ୍ଷ ସୁଭାସ ଚୋପଡାଙ୍କ ନେତୃତ୍ବରେ ସିଏଏକୁ ବିରୋଧ କରି ଖାଦ୍ୟଛାଡ ଆନ୍ଦୋଳନରେ ବସିଥିବା କଂଗ୍ରେସକର୍ମୀଙ୍କୁ ପୋଲିସ ଗିରଫ କରିଛି ।

ABOUT THE AUTHOR

...view details