ଓଡିଶା

odisha

ETV Bharat / bharat

ଅକ୍ଟୋବର 31 ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ - ଦିଲ୍ଲୀର କୋରୋନା ସ୍ଥିତି

ଦିଲ୍ଲୀର କୋରୋନା ସ୍ଥିତିରେ କୌଣସି ଉନ୍ନତି ଦେଖିବାକୁ ମିଳିନାହିଁ। ଏପରି ପରିସ୍ଥିତିରେ ଅନାବଶ୍ୟକ ବାହାରକୁ ଯିବା ବିପଦଜ୍ଜନକ ହୋଇପାରେ ତେଣୁ 31 ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀର କୋରୋନା ସ୍ଥିତି
ଦିଲ୍ଲୀର କୋରୋନା ସ୍ଥିତି

By

Published : Oct 4, 2020, 2:46 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସ୍ଥିତି ନେଇ କୌଣସି ଉନ୍ନତି ଦେଖିବାକୁ ମିଳିନାହିଁ। ଏପରି ପରିସ୍ଥିତିରେ ଅନାବଶ୍ୟକ ବାହାରକୁ ଯିବା ବିପଦଜନକ ହୋଇପାରେ। ତେଣୁ 31 ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜଧାନୀର ସମସ୍ତ ବିଦ୍ୟାଳୟ 31 ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଜଣେ ପିତାମାତା ଭାବରେ ସେ ପରିସ୍ଥିତିର ଗମ୍ଭୀରତାକୁ ବୁଝନ୍ତୁ। ଏହି ସମୟରେ ପିଲାମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ବିପଦକୁ ଡାକିବା ଠିକ୍ ହେବ ନାହିଁ । ଏହାପୂର୍ବରୁ ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ କିନ୍ତୁ କୋରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ପୁଣିଥରେ ନିଷ୍ପତ୍ତି ନେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 24 ଘଣ୍ଟା ମଧ୍ୟରେ ଦେଶରେ 75,829 ନୂଆ କୋରୋନା ସଂକ୍ରମଣ ସାମ୍ନାକୁ ଆସିଛି । ରବିବାର ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 65 ଲକ୍ଷରୁ ଅଧିକ ରହିଛି।

ABOUT THE AUTHOR

...view details