ଓଡିଶା

odisha

ETV Bharat / bharat

ମୁଜଫରପୁର ଶେଲଟର ହୋମ ମାମଲା: ୨୦ ଜାନୁୟାରୀକୁ ଘୁଞ୍ଚିଲା ଶୁଣାଣି - Muzaffarpur shelter home case

ବହୁ ଚର୍ଚ୍ଚିତ ବିହାର ମୁଜଫରପୁର ଶେଲଟର ହୋମ ଦୁଷ୍କର୍ମ ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ଦିଲ୍ଲୀ ସାକେତ କୋର୍ଟ। ଆଗାମୀ ଶୁଣାଣି ଆସନ୍ତା 20 ତାରିଖରେ ହେବା ନେଇ କୋର୍ଟ କହିଛନ୍ତି। ଅଧିକ ପଢନ୍ତୁ...

_Muzaffarpur shelter home
ଫାଇଲ ଫଟୋ

By

Published : Jan 14, 2020, 12:26 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିହାରj ମୁଜଫରପୁର ଶେଲଟର ହୋମ ଦୁଷ୍କର୍ମ ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ଦିଲ୍ଲୀ ସାକେତ କୋର୍ଟ। ଆଗାମୀ ଶୁଣାଣି ଆସନ୍ତା 20 ତାରିଖରେ ହେବା ନେଇ କୋର୍ଟ କହିଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି 14 ଜାନୁଆରୀରେ ହେବାକୁ ଥିଲା। ହେଲେ ପରବର୍ତ୍ତୀ ଶୁଣାଣି 20 ତାରିଖରେ ହେବା ନେଇ ଜଣାଇଛନ୍ତି କୋର୍ଟ।

ଏହି ମାମଲାରେ ସିବିଆଇ 21ଜଣଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି କାଣ୍ଡରେ ଏବେ ସୁଦ୍ଧା କିଙ୍ଗପିନ୍‌ ବ୍ରଜେଶ ଠାକୁର ସମେତ 20 ଅଭିଯୁକ୍ତ ଜେଲରେ ବନ୍ଦ ଅଛନ୍ତି।

ବିହାର ମୁଜଫରପୁର ଶେଲଟର ହୋମରେ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିବା ପରେ ଏହି ମାମଲା ରୁଜୁ କରାଯାଇଥିଲା। ଏହି ବାଳିକା ଗୃହରେ ଥିବା 34 ବାଳିକାଙ୍କ ମଧ୍ୟରୁ 7ରୁ 17 ବର୍ଷ ମଧ୍ୟରେ ନାବାଳିକାଙ୍କୁ ମାସ ମାସ ଧରି ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ABOUT THE AUTHOR

...view details