ନୂଆଦିଲ୍ଲୀ: ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତା ‘ମଧ୍ୟମ’ବର୍ଗର ରେକର୍ଡ କରାଯାଇଛି । ଏଭଳି ସ୍ଥିତି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ(SAFAR) ପକ୍ଷରୁ ସୂଚନା ମଳଛ ।
ଆଗାମୀ 2 ଦିନ ଯାଏଁ ମଧ୍ୟମ ବର୍ଗର ରହିବ ଦିଲ୍ଲୀ ବାୟୁ ଗୁଣବତ୍ତା - delhi pollution update news
ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁର ଗୁଣବତ୍ତା ‘ମଧ୍ୟମ’ବର୍ଗର ରେକର୍ଡ କରାଯାଇଛି ।
ଆଗାମୀ 2 ଦିନ ଯାଏଁ ମଧ୍ୟମ ବର୍ଗର ରହିବ ଦିଲ୍ଲୀ ବାୟୁ
SAFAR ଅନୁଯାୟୀ , ଦିଲ୍ଲୀ ସହରର ଏକ୍ୟୁଆଇ ମଙ୍ଗଳବାର ଏବଂ ବୁଧବାର ଦିନ ମଧ୍ୟ ମଧ୍ୟମ ବର୍ଗରେ ରହିବ । ଦିଲ୍ଲୀରେ ସୋମବାର ସକାଳ 10 ଟା ସୁଦ୍ଧା ଏକ୍ୟୁଆଇ 169 ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।