ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଷଡଯନ୍ତ୍ର ଘଟଣାରେ ଦିଲ୍ଲୀ ପୋଲିସ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟରେ ସିପିଏମ ନେତା ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ ଏବଂ ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୟ ଏହି ଦଙ୍ଗାରେ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି ଚାର୍ଜସିଟ୍ ଦିଲ୍ଲୀର କର୍କାର୍ଡୋମା କୋର୍ଟରେ ଦାଖଲ କରାଯାଇଛି।
ଦିଲ୍ଲୀ ପୋଲିସ ଚାର୍ଜସିଟରେ ଅଭିଯୋଗ କରିଛି ଯେ, ନାଗରିକତ୍ୱ ସଂଶୋଧନ ଆଇନକୁ ମୁସଲମାନ ବିରୋଧୀ ବୋଲି କହି ସରକାରଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ଉଦ୍ୟମ କରାଯାଇଛି ।