ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ସ୍ପେଶାଲ ସେଲର ବଡ ଖୁଲାସା, ପ୍ରସ୍ତୁତ ହୋଇଥିଲା ‘ହିଂସା ରେଜିଷ୍ଟର’

ଦିଲ୍ଲୀ ହିଂସା ମାମଲାରେ ସ୍ପେଶାଲ ସେଲ ଏକ ବଡ ଖୁଲାସା କରିଛି । ଦିଲ୍ଲୀ ହିଂସା ପୂର୍ବରୁ ହିଁ ‘ହିଂସା ରେଜିଷ୍ଟର’ ପ୍ରସ୍ତୁତ କରାଯାଇଥିଲା । ଏହି ରେଜିଷ୍ଟରରେ ଦଙ୍ଗାକାରୀଙ୍କ ବୁକଲେଟ୍ ରେକର୍ଡ କରାଯାଇଛି।

delhi violence
ସ୍ପେଶାଲ ସେଲ ହାତରେ ଲାଗିଲା ଆଉ ଏକ ବଡ ସୁରାକ

By

Published : Jul 6, 2020, 7:52 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ସ୍ପେଶାଲ ସେଲ ଏକ ବଡ ଖୁଲାସା କରିଛି । ହିଂସା ପୂର୍ବରୁ ହିଁ ‘ହିଂସା ରେଜିଷ୍ଟର’ ପ୍ରସ୍ତୁତ କରାଯାଇଥିଲା । ଏହି ରେଜିଷ୍ଟରରେ ଦଙ୍ଗାକାରୀଙ୍କ ବୁକଲେଟ୍ ରେକର୍ଡ କରାଯାଇଛି ।

ସ୍ପେଶାଲ ସେଲ ପୁଣି ଦାବି କରିଛି, ୟୁଏପିଏ ଅଧିନରେ ଗିରଫ ହୋଇଥିବା ଜାମିଆ କମିଟିର ସଦସ୍ୟଙ୍କ ଆକାଉଣ୍ଟକୁ ଦଙ୍ଗା ପୂର୍ବରୁ ବିଦେଶରୁ ଟଙ୍କା ପଠାଯାଇ ଥିଲା । ତାଙ୍କ ଆକାଉଣ୍ଟକୁ ପ୍ରଥମେ ଓମାନ ଏବଂ ପରେ ବ୍ରିଟେନରୁ ଲକ୍ଷ ଲକ୍ଷ ଟଙ୍କା ପଠାଯାଇଥିଲା । ଏହି ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସେଲ ଅଭିଯୁକ୍ତଙ୍କ ଘରୁ 2.5 ଲକ୍ଷ ଟଙ୍କା ଜବତ କରିଛି।

ସୂଚନା ଅନୁଯାୟୀ, ସ୍ପେଶାଲ ସେଲକୁ ବିଦେଶୀ ପାଣ୍ଠି ନେଇ ସୂଚନା ମିଳିଛି । ଏହାକୁ ନେଇ ଜାମିଆ କମିଟିର ସଦସ୍ୟ ମିରାନ ହୈଦରକୁ ଗିରଫ କରାଯାଇଥିଲା । ମିରାନ ହୈଦର ଘରୁ ଦଙ୍ଗା ରେଜିଷ୍ଟର ଉଦ୍ଧାର କରାଯାଇଛି । କୁହାଯାଉଛି ଯେ, ଦିଲ୍ଲୀ ହିଂସା ପୂର୍ବରୁ ତାଙ୍କ ଆକାଉଣ୍ଟକୁ ପ୍ରାୟ 5 ଲକ୍ଷ ଟଙ୍କା ଆସିଥିଲା । ଏହି ଟଙ୍କା ଜାନୁଆରୀ ମାସରେ ହିଁ ଆସିଥିଲା ​। ଏହାଛଡା ମିରାନ ହୈଦରଙ୍କ ପାଖକୁ ନଗଦ ଲକ୍ଷ ଲକ୍ଷ ଟଙ୍କା ପଠାଯାଇଥିଲା ବୋଲି ସ୍ପେଶାଲ ସେଲ ଦାବି କରିଛି ।

ABOUT THE AUTHOR

...view details