ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ପୋଲିସ 683ଟି ମାମଲା ରୁଜୁ କରିଛି । ପାଖାପାଖି 1983 ଜଣ ଲୋକଙ୍କୁ ଗିରଫ କରି ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି।
ଆର୍ମ ଧାରା ଅନୁସାରେ 48 ମାମଲା ରୁଜୁ ହୋଇଛି । ଏହାସହ ଶାନ୍ତି ବଜାୟ ରଖିବା ପାଇଁ ଶାନ୍ତି କମିଟି ଗଠନ କରାଯାଇ ନିୟମିତ ବ୍ୟବଧାନରେ ବୈଠକ କରାଯାଉଛି । ବର୍ତ୍ତମାନ ସୁଦ୍ଧା 251 ଥର ବୈଠକ ବସିଛି ।