ନୂଆଦିଲ୍ଲୀ: କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ମହରୌଲି ୱାର୍ଡ 68 ଏସରେ ସ୍ଥାନୀୟ କାଉନସିଲର ଆରତୀ ଯାଦବଙ୍କ ସହ ବିଜେପି ରାଜ୍ୟ ଅଧ୍ୟକ୍ଷ କୋରୋନା ଯୋଦ୍ଧାଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏହି ସଙ୍କଟ ସମୟରେ ସମସ୍ତେ କଠିନ ପରିଶ୍ରମ ଓ ନିଷ୍ଠା ସହିତ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି, ଯାହା ପ୍ରଶଂସନୀୟ।
କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଆଦେଶ ଗୁପ୍ତା - ଆଦେଶ ଗୁପ୍ତା
କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ମହରୌଲି ୱାର୍ଡ 68 ଏସରେ ସ୍ଥାନୀୟ କାଉନସିଲର ଆରତୀ ଯାଦବଙ୍କ ସହ ବିଜେପି ରାଜ୍ୟ ଅଧ୍ୟକ୍ଷ କୋରୋନା ଯୋଦ୍ଧାଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି ।
![କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଆଦେଶ ଗୁପ୍ତା କୋରୋନା ଯୋଦ୍ଧା](https://etvbharatimages.akamaized.net/etvbharat/prod-images/768-512-02:49:16:1593335956--2806newsroom-1593335856-23.jpg)
କୋରୋନା ଯୋଦ୍ଧା
କୋରୋନା ମହାମାରୀ କାରଣରୁ ଯେଉଁମାନେ ନିଜ ଜୀବନ ପ୍ରତି ଧ୍ୟାନ ନଦେଇ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥିଲେ ସେମାନେ ପ୍ରସଶଂନୀୟ । ଏଥିରେ RWA, ଅନେକ ଅନୁଷ୍ଠାନ ସହ କିଛି ବ୍ୟକ୍ତି ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥିଲେ । ସେହି ସମସ୍ତ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ।