ନୂଆଦିଲ୍ଲୀ: ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ସନ୍ତୋଷଜନକ ସ୍ଥିତିରେ ରହିଛି । ମଙ୍ଗଳବାର ସକାଳେ ରେକର୍ଡ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 72 ରହିଛି । ଯାହା ସନ୍ତୋଷଜନକ ରିପୋର୍ଟ ବୋଲି ମନେ କରାଯାଉଛି । ଏଥିସହ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ ବିବେଚିତ ଆନନ୍ଦ ବିହାର ଓ ଅଲ୍ଲୀପୁରର ଏୟାର କ୍ବାଲିଟି ଇଣ୍ଡେକ୍ସ 84 ଏବଂ 74 ରେକର୍ଡ କରାଯାଇଛି ।
ତେବେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ କହିବାନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ସନ୍ତୋଷଜନକ ରହିବ । ଏଥିସହ ଗତ କିଛି ଦିନ ଧରି ଦିଲ୍ଲୀରେ ମୌସୁମୀ ବି ସକ୍ରିୟ ରହିଛି । ଯେଉଁକାରଣରୁ ରାଜଧାନୀରେ କ୍ରମାଗତ ଭାବେ ବର୍ଷା ଲାଗି ରହିଛି । ତେବେ ବର୍ଷା କାରଣରୁ ପ୍ରଦୂଷଣର ଦୀର୍ଘ ସମୟ ଧରି ବାୟୁରେ ରହିପାରୁନାହିଁ । ଫଳରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି ।