ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ ମାତ୍ରା, ଏୟାର କ୍ବାଲିଟି ସୂଚକାଙ୍କ 200 ରୁ ଅଧିକ - ଦିଲ୍ଲୀ ବାୟୁ ପ୍ରଦୂଷଣ ଖବର

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ ମାତ୍ରା । ଏୟାର କ୍ବାଲିଟି ସୂଚକାଙ୍କ 200 ଉପରେ ରହିଥିବାବେଳେ ଯାହା ଦିଲ୍ଲୀରେ ଗତ 5 ମାସରେ ସର୍ବାଧିକ ରହିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ ମାତ୍ରା ,ଏୟାର କ୍ବାଲିଟି ସୂଚକାଙ୍କ 200 ରୁ ଅଧିକ
ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ ମାତ୍ରା ,ଏୟାର କ୍ବାଲିଟି ସୂଚକାଙ୍କ 200 ରୁ ଅଧିକ

By

Published : Oct 4, 2020, 5:23 PM IST

ନୂଆଦିଲ୍ଲୀ: ଥଣ୍ଡା ବଢିବା ସହିତ ଦିଲ୍ଲୀର ବାୟୁମଣ୍ଡଳରେ ମଧ୍ୟ ପ୍ରଦୂଷଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। ରବିବାର ସକାଳ ସୁଦ୍ଧା ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ଏୟାର କ୍ବାଲିଟି ସୂଚକାଙ୍କ 173 ପଏଣ୍ଟ ରେକର୍ଡ କରାଯାଇଛି ଯାହା ଗତ 5 ମାସ ମଧ୍ୟରେ ସର୍ବାଧିକ ରହିଛି।

ଦିଲ୍ଲୀ ସହରର ଅନେକ ଅଞ୍ଚଳର ଏୟାର କ୍ବାଲିଟି ସୂଚକାଙ୍କ 200 ପାର କରିଛି ଯାହା ଦିଲ୍ଲୀବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷ ସାମାନ୍ୟରୁ କମ ମାତ୍ରାର ବୃଷ୍ଟିପାତ ହୋଇଥିବା କାରଣରୁ ଦିଲ୍ଲୀ ସମେତ ଏନସିଆରରେ ବାୟୁରେ ପ୍ରଦୂଷଣ ମାତ୍ରା ବଢିଥିବାର ଅନୁମାନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। କମ ବୃଷ୍ଟିପାତ କାରଣରୁ ବାୟୁ ମଣ୍ଡଳରେ ଧୂଳି ଓ ବିଷାକ୍ତ କଣିକା ଘୁରି ବୁଲୁଥିବା ଯୋଗୁ ପ୍ରଦୁଷଣର ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାର ସାମ୍ଭାବ୍ୟ କାରଣ ହୋଇଥାଇପାରେ ବୋଲି ପ୍ରଦୂଷଣ ବୋର୍ଡର ଅଧିକାରୀ ସୂଚନା ଦେଇଛନ୍ତି ।

ଅଲିପୁର 166

ଆନନ୍ଦ ବିହାର 193

ଅଶୋକ ବିହାର 172

ମଥୁରା ରୋଡ 244

ଡିଟିୟୁ 207

ଦିଲସାଦଲ ଗାର୍ଡେନ 176

ଆଇଟିଓ 178

ଜାହାଙ୍ଗିରପୁରୀ 227

ଲୋଦି ରୋଡ 127

ମନ୍ଦିର ମାର୍ଗ 164

ମୁଣ୍ଡକା 252

ଦ୍ବାରକା 167

ନଜଫଗଡ 148

ନରେଲା 208

ଓଖଲା 159

ରୋହିଣି 179

ଦିଲ୍ଲୀର ପଡୋଶୀ ରାଜ୍ୟରେ ଶୀତ ଋତୁରେ ପାରୋଲି ଜଳାଯାଉଥିବା ଯୋଗୁଁ ଏହା ଆଉ ଏକ କାରଣ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଦିଲ୍ଲୀର ପଡୋଶୀ ରାଜ୍ୟ ଓ ଉତ୍ତର ଭାରତର କେତକ ରାଜ୍ୟରେ ଶୀତ ଦିନେ ପାରୋଲି ଜଳାଯାଏ। ସେଥିରୁ ସୃଷ୍ଟି ହେଉଥିବା ଧୂଆଁ ଯୋଗୁ ବାୟୁମଣ୍ଡଳରେ ବିଷାକ୍ତ କଣିକାର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଏହି ପ୍ରଦୂଷଣର ମାତ୍ରା ଆଗକୁ ଆହୁରି ମଧ୍ୟ ବଢିପାରେ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି।

ABOUT THE AUTHOR

...view details