ଓଡିଶା

odisha

ETV Bharat / bharat

ପ୍ରଦୂଷଣ ଘେରରେ ଦିଲ୍ଲୀ, 3 ଶହ ଟପିଲା ବାୟୁ ପ୍ରଦୂଷଣ ମାତ୍ରା - delhi AQI 355

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଦିନକୁ ବଢିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀର କିଛି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ସ୍ତର ଅତି ଦୁର୍ବଳ ସ୍ତରର ଉଚ୍ଚ ସ୍ତରରେ ପହଞ୍ଚିଛି। ସେଣ୍ଟର-ରନ୍ ସିଷ୍ଟମ ଅଫ୍ ଏୟାର କ୍ବାଲିଟି  ଆଣ୍ଡ ୱେଦର ଫରକାଷ୍ଟିଙ୍ଗ୍ ଆଣ୍ଡ ରିସର୍ଚ(ଏସଏଏଫଏଆର) ଅନୁସାରେ ଦିଲ୍ଲୀର କିଛି ଅଞ୍ଚଳରେ ଶୁକ୍ରବାର ଏକ୍ୟୁଆଇ ସ୍ତର 355ରେ ପହଞ୍ଚିଛି।

ଫାଇଲ ଫଟୋ

By

Published : Nov 22, 2019, 9:48 AM IST

Updated : Nov 22, 2019, 10:10 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପୁଣି ବଢିଲା ବାୟୁ ପ୍ରଦୂଷଣର ସ୍ତର। ଶୁକ୍ରବାର ଦିଲ୍ଲୀର କିଛି ଅଞ୍ଚଳରେ ଏକ୍ୟୁଆଇ ସ୍ତର ଅତି ଦୁର୍ବଳ ସ୍ତରର ଉଚ୍ଚ ସ୍ତରରେ ପହଞ୍ଚିଛି। ସେଣ୍ଟର-ରନ୍ ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫରକାଷ୍ଟିଙ୍ଗ୍ ଆଣ୍ଡ ରିସର୍ଚ(ଏସଏଏଫଏଆର) ଅନୁସାରେ ଦିଲ୍ଲୀର କେତେକ ଅଞ୍ଚଳରେ ଶୁକ୍ରବାର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ସ୍ତର 355 ପହଞ୍ଚିଛି।

ଦିଲ୍ଲୀର ମଥୁରା ରୋଡ ଅଞ୍ଚଳରେ ଏକ୍ୟୁଆଇ ସ୍ତର 389 ରହିଥିବା ବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ 378 ରହିଛି। ସେହିପରି ଚାନ୍ଦୀନିଚୌକରେ 375, ଆଇଆଇଟି ଦିଲ୍ଲୀରେ 363, ଧୀରପୁରରେ 357, ଏୟାରପୋର୍ଟରେ (ଟି3) ଏବଂ ଅୟାନଗରରେ 346, ପୁଷାରେ 334 ଏବଂ ଲୋଧୀ ରୋଡ୍ ଠାରେ 328 ରହିଛି। ନୋଏଡାର ଏକ୍ୟୁଆଇ ସ୍ତର 414 ଥିବାବେଳେ, ଗୁରୁଗ୍ରାମରେ 327 ରହିଛି।

ବିଗତ କିଛି ଦିନ ତଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ହ୍ରାସ ପାଇଥିଲା। ଯାହାକୁ ଦୃଷ୍ଟିରେ ରଖି ସେଠାରେ ଲାଗୁ ଥିବା ଯୁଗ୍ମ ଅଯୁଗ୍ମ ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ। ହେଲେ ଏବେ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷଣ ବଳୟ ମଧ୍ୟରେ ରହିଛି।

Last Updated : Nov 22, 2019, 10:10 AM IST

ABOUT THE AUTHOR

...view details