ଓଡିଶା

odisha

ETV Bharat / bharat

ଭିସା ନିୟମ ଉଲ୍ଲଙ୍ଘନ: 41 ବିଦେଶୀଙ୍କ ବିରୋଧରେ 12ଟି ଚାର୍ଜସିଟ ଦାଖଲ - 41 Markaz attendees for flouting Visa Nirman

ଶୁକ୍ରବାର ନିଜାମୁଦ୍ଦିନ ମର୍କଜ ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ପ୍ରାୟ 12 ଟି ଚାର୍ଜସିଟ ଦାଖଲ କରିଛି । ଭିସା ନିୟମ ଏବଂ ବିଭିନ୍ନ ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

41 ମାର୍କଜ ଉପସ୍ଥିତ ବ୍ୟକ୍ତିଙ୍କ ବିରୋଧରେ 12 ଟି ଚାର୍ଜସିଟ ଦାଖଲ
41 ମାର୍କଜ ଉପସ୍ଥିତ ବ୍ୟକ୍ତିଙ୍କ ବିରୋଧରେ 12 ଟି ଚାର୍ଜସିଟ ଦାଖଲ

By

Published : Jun 19, 2020, 9:02 PM IST

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜ ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଶୁକ୍ରବାର ପାଖାପାଖି ଆଉ 12 ଟି ନୂଆ ଚାର୍ଜସିଟ ଦାଖଲ କରିଛି । ଏହାକୁ ମିଶାଇ 36ଟି ଦେଶର 956 ଜଣ ବିଦେଶୀଙ୍କ ବିରୋଧରେ 59ଟି ଚାର୍ଜସିଟ ଦାଖଲ ହୋଇଛି ।

ସୂତ୍ରରୁ ପ୍ରକାଶ ଯେ ଏହି ନୂତନ ଚାର୍ଜସିଟ 41ଜଣ ବିଦେଶୀଙ୍କ ବିରୋଧରେ ଦାଖଲ ହୋଇଛି । ଯେଉଁମାନେ 12 ଟି ଭିନ୍ନ ଭିନ୍ନ ଦେଶରୁ ରହିଛନ୍ତି । ଭିସା ନିୟମ ଏବଂ ବିଭିନ୍ନ ସରକାରୀ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରଯାଇଛି । ଏହା ପଛରେ ଦିଲ୍ଲୀର ବଙ୍ଗଳାୱାଲୀ ମସଜିଦ୍, ହଜରତ ନିଜାମୁଦ୍ଦିନ, ମର୍କଜ ମ୍ୟାନେଜରଙ୍କ ହାତ ଥିବା ନେଇ ସୂଚନା ରହିଛି ।

ତଦନ୍ତ ସମୟରେ ମେ’ 26, 27 ଏବଂ 28 ତାରିଖରେ କୋର୍ଟରେ 915 ଜଣ ବିଦେଶୀଙ୍କ ବିରୋଧରେ 47 ଟି ଚାର୍ଜସିଟ୍ ଦାଖଲ ହୋଇସାରିଛି । ସୂଚନା ଥାଉକି କୋରୋନା ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସରକାର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଏଠାରେ ବିଭିନ୍ନ ରାଜ୍ୟ ଏବଂ ବିଦେଶକୁ ମଧ୍ୟ ଅନେକ ମୁସଲିମ ସମ୍ପ୍ରଦାୟ ଏଠାରେ ଯୋଗ ଦେଇଥିଲେ । ଏବଂ କିଛି ଦିନ ପରେ କୋରୋନା ବହୁମାତ୍ରାରେ ବ୍ୟାପିବାରେ ଲାଗିଲା ।

For All Latest Updates

TAGGED:

ABOUT THE AUTHOR

...view details