ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଜୈସ ଆତଙ୍କବାଦୀ, ଆକ୍ରମଣ ସମ୍ଭାବନା - ଦିଲ୍ଲୀରେ ଆତଙ୍କବାଦୀ

ଦିଲ୍ଲୀରେ ଜୈସ-ଏ-ମହମ୍ମଦ ସଙ୍ଗଠନର 3ରୁ 4ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗର ସୂଚନା। ଏନେଇ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅନ୍ୟପଟେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଦିଲ୍ଲୀ ପୋଲିସ।

ଫାଇଲ ଫଟୋ

By

Published : Oct 3, 2019, 10:50 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଜୈସ-ଏ-ମହମ୍ମଦ ସଙ୍ଗଠନର 3ରୁ 4 ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ପାର୍ବଣ ସମୟରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସୂଚନା ମିଳିବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଅନେକ ସ୍ଥାନରେ ଚଢାଉ ଜାରି ରହିଛି । ପୂର୍ବରୁ ଭାରତରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଆମେରିକା ପକ୍ଷରୁ ଆଲର୍ଟ କରାଯାଇଥିଲା । କାଶ୍ମୀର ମାମଲାକୁ ନେଇ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ କରାଯିବାର ସମ୍ଭାବନା ଥିବା କୁହାଯାଇଥିଲା ।

ABOUT THE AUTHOR

...view details