ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ନିକଟତର ହେବା ପୂର୍ବରୁ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଏନେଇ ଦିଲ୍ଲୀ ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି । ସବୁ ପ୍ରମୁଖ ବଜାର, ରେଳଲାଇନ, ବସଷ୍ଟାଣ୍ଡ, ଏୟାରପୋର୍ଟ, ଧାର୍ମିକସ୍ଥଳରେ ସୁରକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଛି ।
ଦ୍ବାରକାର ଅନେକ ସ୍ଥାନରେ ବ୍ୟାରିକେଟ ମାନ ଲଗାଇ ଗାଡି ଗୁଡିକୁ ଯାଞ୍ଚ କରୁଛି ପୋଲିସ । ପରେଡ ମାର୍ଗ ଓ ଇଣ୍ଡିଆ ଗେଟର ଆଖପାଖ ଅଞ୍ଚଳରେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ 3ଟି ପ୍ରକାରର ଯାଞ୍ଚ ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ ।
ପାଟ୍ରୋଲିଂ: ସହରରେ ଦିନରାତି ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଅଧିକରୁ ଅଧିକ ପାଟ୍ରୋଲିଂ ଆରମ୍ଭ କରିଦେଇଛି ପୋଲିସ । କୌଣସି ସନ୍ଦେହ ଜନକ ଗତିବିଧି ନଜର ଆସିଲେ ସଙ୍ଗେସଙ୍ଗେ ଆକ୍ସନ ନିଆଯାଉଛି ।