ଓଡିଶା

odisha

ETV Bharat / bharat

‘ସରକାରୀ ଡାକ୍ତରଖାନାରେ କୋରୋନା ପରୀକ୍ଷା କରାନ୍ତୁ ମୌଲାନା ସାଦ୍’ - corona positive in delhi

ଦିଲ୍ଲୀ ପୋଲିସ ମୌଲାନା ସାଦ ଓ ସହଯୋଗୀଙ୍କୁ ସରକାରୀ ଡାକ୍ତରଖାନାରେ କୋରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ କହିଛି ।

delhi police
ଦିଲ୍ଲୀ ପୋଲିସ

By

Published : Apr 20, 2020, 12:24 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ମୌଲାନା ସାଦ ଓ ସହଯୋଗୀଙ୍କୁ ସରକାରୀ ଡାକ୍ତରଖାନାରେ କୋରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ କହିଛି । ଏହାସହ ମୌଲାନା ସାଦ ଓକିଲଙ୍କ ଦଲିଲକୁ ମଧ୍ୟ ରଦ୍ଦ କରିଦେଇଛି ଦିଲ୍ଲୀ ପୋଲିସ ଓ ତାଙ୍କୁ କ୍ରାଇମ ବ୍ରାଞ୍ଚ ତଦନ୍ତରେ ସାମିଲ ହେବା ପାଇଁ କୁହାଯାଇଛି ।

ଓକିଲମାନେ କହିଛନ୍ତି,‘ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କ ନିକଟକୁ ଯାଇ ଦୁଇଥର ଚିଠି ଦେବା ପରେ ମଧ୍ୟ ଦିଲ୍ଲୀ ପୋଲିସ କହିପାରିବ ନାହିଁ ଯେ ମୌଲାନା ସାଦ କ୍ରାଇମ ବ୍ରାଞ୍ଚର ତଦନ୍ତରେ ଯୋଗ ଦେଉ ନାହାଁନ୍ତି ’। ମାତ୍ର ଦିଲ୍ଲୀ ପୋଲିସ ଅଧିକାରୀ ସାଦଙ୍କ ଓକିଲଙ୍କ ଉପରେ ଆପତ୍ତି ଜଣାଇ କହିଛନ୍ତି ଯେ, ସାଦ ଏପର୍ଯ୍ୟନ୍ତ ନିଜେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟକୁ ଆସିନାହାଁନ୍ତି ଏବଂ କୌଣସି ପୋଲିସ ଅଧିକାରୀଙ୍କ ନିକଟରେ ହାଜର ହୋଇନାହାଁନ୍ତି। ଏଭଳି ପରିସ୍ଥିତିରେ ସେ କିପରି କହିପାରିବେ ଯେ ସେ ଦିଲ୍ଲୀ ପୋଲିସର ତଦନ୍ତରେ ଯୋଗ ଦେଇଛନ୍ତି।

ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ମୌଲାନା ସାଦ୍ ନିଜେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟକୁ ଆସନ୍ତିନି ଏବଂ ପ୍ରଶ୍ନର ଉତ୍ତର ନ ଦିଅନ୍ତି, ତେବେ ତାଙ୍କୁ ଯାଞ୍ଚରେ ସହଯୋଗ ମିଳିବ ନାହିଁ। ପରେ ପୋଲିସ ଅଧିକାରୀ କହିଛନ୍ତି କି, ପ୍ରଥମେ ସାଦ୍ ଏକ ସରକାରୀ ଡାକ୍ତରଖାନାକୁ ଯାଇ ପରୀକ୍ଷା କରେଇବେ ଏବଂ ତାଙ୍କ ରିପୋର୍ଟ ଦିଲ୍ଲୀ ପୋଲିସ ନିକଟରେ ଦାଖଲ କରିବେ ’।

ଏଥିସହ ଦିଲ୍ଲୀ ପୋଲିସ ଏହା ମଧ୍ୟ କହିଛି ଯେ, ଯଦି ସେମାନେ କୌଣସି ସରକାରୀ ଡାକ୍ତରଖାନା ଯାଇପାରୁ ନାହାଁନ୍ତି, ତେବେ ଦିଲ୍ଲୀ ପୋଲିସ ନିଜେ AIIMS ରେ ମୌଲାନା ସାଦଙ୍କୁ ପରୀକ୍ଷା କରିବା ପାଇଁ ସୁବିଧା ଯୋଗାଇ ପାରିବେ।

କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ, ମୌଲାନା ସାଦ ଏତେ ଦିନ ଧରି ଜାକିର ନାଗରଙ୍କ ଘରେ ରହିଆସିଛନ୍ତି। କିନ୍ତୁ ଏହା ସତ୍ତ୍ବେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ ସରକାରୀ ଡାକ୍ତରଖାନାକୁ ଯାଇ କୋରୋନା ପରୀକ୍ଷା କରିନାହାଁନ୍ତି ।

ABOUT THE AUTHOR

...view details