ଓଡିଶା

odisha

ETV Bharat / bharat

ଷ୍ଟେସନରୁ 14 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ, 10 ଗିରଫ - rescue

ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ 14 ଜଣ ନାବାଳକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଏନେଇ 10 ଜଣ ଶିଶୁ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁସାରେ, ସମସ୍ତ ପିଲାଙ୍କୁ ବିହାରର ବିଭିନ୍ନ ଜିଲ୍ଲାରୁ ଅଣାଯାଇଥିଲା। ଅଧିକ ପଢନ୍ତୁ...

ଷ୍ଟେସନରୁ 14 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ, 10 ଗିରଫ
ଷ୍ଟେସନରୁ 14 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ, 10 ଗିରଫ

By

Published : Sep 10, 2020, 11:32 AM IST

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ 14 ଜଣ ନାବାଳକଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଏନେଇ 10 ଜଣ ଶିଶୁ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଏକ ନୋଟିସ ପରେ ଦିଲ୍ଲୀ ପୋଲିସ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରେ ଜଗି ରହିଥିଲେ ଏବଂ ଯେତେବେଳେ ଚୋରା ଚାଲାଣକାରୀମାନେ ଏହି ପିଲାମାନଙ୍କୁ ମହାନନ୍ଦା ଏକ୍ସପ୍ରେସରେ ଦିଲ୍ଲୀରେ ପହଞ୍ଚିଥିଲେ, ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଦିଲ୍ଲୀ ଏନସିଆରର କାରଖାନାଗୁଡ଼ିକରେ କାମ କରିବାକୁ ଅଣାଯାଇଥିଲା ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ସମସ୍ତ ପିଲାଙ୍କୁ ବିହାରର ବିଭିନ୍ନ ଜିଲ୍ଲାରୁ ଅଣାଯାଇଥିଲା। ଏହି ପିଲାମାନେ ବହୁତ ଗରିବ ପରିବାରର ଥିଲେ । କୋରୋନା ମହାମାରୀ ଯୋଗୁଁ ଶ୍ରମ ଅଭାବ ଦେଖାଦେଇଛି । ଯାହାର ଫାଇଦା ଉଠାଉଛନ୍ତି ଚୋରା ଚାଲାଣକାରୀ । ଏହି ଚୋରା ଚାଲାଣ ପାଇଁ ଅନେକ ଗ୍ୟାଙ୍ଗ କାର୍ଯ୍ୟ କରୁଛନ୍ତି ଯେଉଁମାନେ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ଗରିବ ଶ୍ରେଣୀର ପିଲାମାନଙ୍କୁ ପ୍ରଲୋଭନ ଦେଖାଇ ଦିଲ୍ଲୀ ଆଣୁଛନ୍ତି।

ABOUT THE AUTHOR

...view details