ନୂଆଦିଲ୍ଲୀ: ଏଫଆଇଆରରେ ମିଶ୍ରଣ ହେବନି ଉର୍ଦ୍ଦୁ ଆଉ ପାର୍ସି ଶବ୍ଦ । ଏନେଇ ଦିଲ୍ଲୀ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାର ପ୍ରତିବଦଳରେ ସାଧାରଣ ଜନତା ବୁଝିପାରୁଥିବା ଶବ୍ଦକୁ ବ୍ୟବହାର କରିବାକୁ କୁହାଯାଇଛି ।
ଏତଲାରେ ଉର୍ଦ୍ଦୁ ଓ ପାର୍ସି ଶବ୍ଦ ମନା: ଦିଲ୍ଲୀ ହାଇକୋର୍ଟ - ଏତଲାରେ ଉର୍ଦ୍ଦୁ ଆଉ ପାର୍ସି ଶବ୍ଦକୁ ନା
ସାଧାରଣ ଲୋକଙ୍କ ପାଇଁ ଏତଲାରେ ବ୍ୟବହୃତ ହେବ ସାଧାରଣ ଶବ୍ଦ । ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ... ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ସୂଚନାମୁତାବକ, ଓକିଲ ବିଶାଲାକ୍ଷୀ ଗୋୟଲ ହାଇକୋର୍ଟରେ ଯାଚିକା ଦାୟର କରି ଏଫଆଇଆରରେ ଉର୍ଦ୍ଦୁ ଓ ପାର୍ସି ଶବ୍ଦର ବ୍ୟବହାର ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ଦାୟର ହୋଇଥିବା ଯାଚିକାର ଶୁଣାଣି ନେଇ ନଭେମ୍ବର 25ରେ କରାଯାଇଥିଲା ।
ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଏକ ସର୍କୁଲାର ଜାରି କରି ଏପରି ଶବ୍ଦର ବ୍ୟବହାର ଏଫଆଇଆରରେ ନକରିବାକୁ ନିର୍ଦ୍ଦେଶ ଦେଇଥିବା କୋର୍ଟରେ କହିଛି । ତେବେ ଉକ୍ତ ଶବ୍ଦ ମଧ୍ୟରୁ ମୋସୁଲ, ଜିମନୀ, ଆଦମ ପର, ନଜ୍ଦ, ମୁସ୍ତଭା ଇତ୍ୟାଦି ଶବ୍ଦ ରହିଛି ଯାହାକୁ ସାଧାରଣ ଲୋକେ ବୁଝିପାରନ୍ତି ନାହିଁ ।