ନୂଆଦିଲ୍ଲୀ: ପୋଲିସ ତବଲିଗୀ ଜମାତ ମୁଖ୍ୟ ମୌଲାନା ସାଦ ବିରୋଧରେ ଦ୍ବିତୀୟ ନୋଟିସ ଜାରି କରିଛି । ଦିଲ୍ଲୀର ନିଜ୍ଜାମୁଦ୍ଦିନ ମରକଜରେ ଧର୍ମୀୟ ସଭାରେ ବହୁ ପରିମାଣରେ ଲୋକ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ବହୁସଂଖ୍ୟାରେ କୋରୋନା ପଜେଟିଭ ଭାବରେ ଚିହ୍ନଟ ହୋଇଥିଲେ ।
ତବଲିଗୀ ଜମାତ ମୁଖ୍ୟଙ୍କୁ ଦିଲ୍ଲୀ ପୋଲିସର ଦ୍ବିତୀୟ ନୋଟିସ - 1897 panademic act
ଦିଲ୍ଲୀ ପୋଲିସ ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ବିରୋଧରେ ଦ୍ବିତୀୟ ନୋଟିସ ଜାରି କରିଛି । ପୂର୍ବରୁ ନିଜ ଓକିଲ ସହାୟତାରେ ଦିଲ୍ଲୀ ପୋଲିସକୁ ମୌଲାନା କିଛି ଡକ୍ୟୁମେଣ୍ଟ ଦ୍ବାରା ସୂଚନା ପ୍ରଦାନ କରିଥିଲେ। ଅଧିକ ପଢନ୍ତୁ...
ଦିଲ୍ଲୀ ପୋଲିସ ତବଲିଗୀ ଜମାତ ମୁଖ୍ୟଙ୍କୁ ଦ୍ବିତୀୟ ନୋଟିସ ଜାରୀ କଲା
ଗତମାସ ମାର୍ଚ୍ଚ 13 ରୁ 15 ତାରିଖ ମଧ୍ୟରେ ବିପୁଳ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଧର୍ମୀୟ ସଭା କରିଥିଲେ । ଏହି ସଭାରେ ଯୋଗଦେଇଥିବା ଲୋକମାନେ ସାରା ଭାରତରୁ ଆସିଥିଲେ । ପୂର୍ବରୁ ନିଜ ଓକିଲ ସହାୟତାରେ ଦିଲ୍ଲୀ ପୋଲିସକୁ ମୌଲାନା କିଛି ଡକ୍ୟୁମେଣ୍ଟ ଦ୍ବାରା ସୂଚନା ପ୍ରଦାନ କରିଥିଲେ ।
ଦେଶକ ବିଭିନ୍ନ ଅଞ୍ଚଳରୁ କୋରୋନା ପରୀକ୍ଷା ପରେ ମୁଖ୍ୟତଃ ଏହି ଧର୍ମୀୟ ସଭାରେ ଯୋଗଦେଇଥିବା ଲୋକଙ୍କୁ କୋରୋନା ପଜେଟିଭ ଅଧିକ ସଂଖ୍ୟାରେ ବାହାରିଛି । ଏହାପରେ ତବଲିଗୀ ଜମାତ ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ 1897 ମହାମାରୀ ଆଇନ ଅନୁଯାୟୀ ମାମାଲା ରୁଜୁ କରାଯାଇଛି ।