ଓଡିଶା

odisha

ETV Bharat / bharat

ଯବାନଙ୍କ ବିରୋଧରେ ପୋଷ୍ଟ କଲେ ଜେଏନୟୁ ଛାତ୍ର, ଦିଲ୍ଲୀ ପୋଲିସର ତଦନ୍ତ ଆରମ୍ଭ - Delhi Police Investigating JNU Student

ଭାରତୀୟ ସେନା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯବାନଙ୍କ ବିରୋଧରେ ପୋଷ୍ଟ କଲେ ଜେଏନୟୁ ଛାତ୍ର
ଯବାନଙ୍କ ବିରୋଧରେ ପୋଷ୍ଟ କଲେ ଜେଏନୟୁ ଛାତ୍ର

By

Published : Jul 26, 2020, 8:56 PM IST

ନୂଆଦିଲ୍ଲୀ: ଭାରତୀୟ ସେନା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ବିରୋଧରେ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ଏହି ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜେଏନୟୁ ଛାତ୍ରଙ୍କ ଟ୍ବିଟରରେ ପୋଷ୍ଟ ଅନୁଯାୟୀ, କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ଅପରେସନ କରିବା ଭୁଲ୍ ଅଟେ । ଟ୍ବିଟରରେ ଏହି ପୋଷ୍ଟକୁ ଦେଖି ଜଣେ ସାମାଜିକ କର୍ମୀ ତାଜିନ୍ଦର ଯାଦବ ଜୁଲାଇ 8 ରେ କପାଶେରା ଥାନାରେ ଉକ୍ତ ଜେଏନୟୁ ଛାତ୍ର ବିରୋଧରେ ଏଫଆଇଆର ଦାଖଲ କରିଥିଲେ।

ବିଜେପି ଯୁବ ମୋର୍ଚ୍ଚାର ମେହେରୁଲି ୟୁନିଟ୍ ସହିତ ଜଡିତ ଥିବା ଯାଦବ କହିଛନ୍ତି ଯେ ଜେଏନୟୁ ଛାତ୍ର ଜଣକ ସୋସିଆଲ ମିଡିଆ ଟ୍ବିଟରେ ଆତଙ୍କବାଦୀ ବିରୋଧରେ ସେନା ଦ୍ବାରା କରାଯାଇଥିବା କାର୍ଯ୍ୟକୁ ଭୁଲ ଏବଂ ଏହା ଦେଶ ବିରୁଦ୍ଧରେ ବୋଲି ପୋଷ୍ଟ କରିଥିଲେ। ସେ ଏହାକୁ ଆରଏସଏସ ସହ ଯୋଡୁଛି ଏବଂ ଆରଏସଏସର ପୋଷାକକୁ ଜାତୀୟ ବିରୋଧୀ ବୋଲି କହୁଛି । ଯାହାକି ଭାରତୀୟ ସେନା ଏବଂ ଆରଏସଏସ ପ୍ରତି ଅପମାନ ।

ଅଭିଯୋଗ ଅନୁଯାୟୀ, ଉକ୍ତ ଛାତ୍ର ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା 504 ଏବଂ ଧାରା 153 ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏକ ଲିଖିତ ଅଭିଯୋଗ ଗ୍ରହଣ କରିଛୁ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛୁ ।

For All Latest Updates

ABOUT THE AUTHOR

...view details