ନୂଆଦିଲ୍ଲୀ : ପୁଣି ଆଖିବୁଜିଲେ କୋରୋନା ଯୋଦ୍ଧା । ଦିଲ୍ଲୀର ଜଣେ ହେଡ କନେଷ୍ଟବଳ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ହେଡ କନେଷ୍ଟବଳ ଜଣକ ପଶ୍ଚିମବିହାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଯକୃତ ସମସ୍ୟା ଥିବା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଜୁନ 25ରେ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଆଖିବୁଜିଲେ କୋରୋନା ଯୋଦ୍ଧା - ଆଖିବୁଜିଲେ କୋରୋନା ଯୋଦ୍ଧା
କୋରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ । ଜୁନ 25ରୁ କୋଭିଡରେ ଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ....

ଆଖିବୁଜିଲେ କୋରୋନା ଯୋଦ୍ଧା
ଆଖିବୁଜିଲେ କୋରୋନା ଯୋଦ୍ଧା
ତେବେ କୋରୋନାରେ ଦିଲ୍ଲୀ ପୋଲିସର 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2000ରୁ ଅଧିକ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 1,300 ସୁସ୍ଥ ହୋଇଛନ୍ତି । ତେବେ ଦିଲ୍ଲୀରେ କୋଭିଡ ମାମଲା 100823 ରହିଥିବାବେଳେ ମୃତକଙ୍କ ସଂଖ୍ୟା 3115 ରହିଛି ।
ସୌଜନ୍ୟ @ IANS
Last Updated : Jul 8, 2020, 8:59 AM IST