ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ତାହିର ହୁସେନ ସମେତ 15ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ - ତାହିର ହୁସେନ ସମତେ 15ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଆଜି ଦିଲ୍ଲୀର ଚାନ୍ଦବାଗ ହିଂସା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାକୁ ଯାଉଛି । ଏହି ମାମଲାରେ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନ୍, ତାଙ୍କ ଭାଇ ଶାହା ଆଲାମଙ୍କ ସମେତ 15 ଜଣ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ ।

delhi violenece
ଦିଲ୍ଲୀ ହିଂସାରେ ତାହିର ହୁସେନ ସମତେ 15ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

By

Published : Jun 2, 2020, 1:44 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଚାନ୍ଦବାଗ ହିଂସା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାକୁ ଯାଉଛି। ଏହି ମାମଲାରେ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନ୍, ତାଙ୍କ ଭାଇ ଶାହା ଆଲାମଙ୍କ ସମେତ 15 ଜଣ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ । ଫେବୃଆରୀ ହିଂସା ମାମଲାରେ କ୍ରାଇମବ୍ରାଞ୍ଚ ଦୁଇଟି ଚାର୍ଜସିଟ ଦାଖଲ କରିବାକୁ ଯାଉଛି ।

ପୋଲିସ କକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରିବ। ପ୍ରଥମ ଚାର୍ଜସିଟ୍ ଚାନ୍ଦବାଗରେ ହୋଇଥିବା ହିଂସା ସହିତ ଜଡିତ । ଏହି ମାମଲାରେ ଆପ କାଉନସିଲର ତାହିର ହୁସେନ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ହିଂସା ସମୟରେ ଆପ୍ କାଉନସିଲର ତାହିର ହୁସେନ୍‌ ତାଙ୍କ ଛାତରୁ ପେଟ୍ରୋଲ ବୋମା ମାଡ କରିଥିବା ଅଭିଯୋଗ ହୋଇଛି। ତାହିର ହୁସେନ୍‌ଙ୍କ ଘରୁ ପେଟ୍ରୋଲ ବୋମା ଉଦ୍ଧାର କରିଥିବା ପୋଲିସ ଦାବି କରିଛି । ଚାର୍ଜସିଟରେ ହିଂସା ଯୋଜନା ବିଷୟରେ ଉଲ୍ଲେଖ ଅଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଦ୍ୱିତୀୟ ଚାର୍ଜସିଟ୍ ଜାଫରାବାଦରେ ହୋଇଥିବା ହିଂସା ସହ ଜଡିତ । ପିଞ୍ଜରା ତୋଡ୍ ର ଝିଅମାନେ ଏହି ମାମଲାର ମଧ୍ୟ ସମ୍ମୁଖିନ ହୋଇଛନ୍ତି । ଦୁଇ ଜଣ ଝିଅଙ୍କୁ ମଧ୍ୟ ଗିରଫ ମଧ୍ୟ କରାଯାଇଛି । ତେବେ ଆଜିର ଚାର୍ଜସିଟରେ ତାଙ୍କର ନାମ ନାହିଁ। ପୋଲିସର ସୂଚନାନୁସାରେ, ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଝିଅମାନେ କେଜ୍ ଭାଙ୍ଗିବା ଅଭିଯୋଗ କୋର୍ଟରେ ଜଣାଯିବ। ଜାଫରବାଦ ହିଂସା ମାମଲାରେ ପୋଲିସ ଚାର୍ଜସିଟରେ ଅନ୍ୟ 10 ଜଣଙ୍କ ନାମ ରଖିଛି।

ପ୍ରକାଶଥାଉକି, ନାଗରିକତ୍ୱ ସଂଶୋଧନ ଆଇନ ବିରୋଧ ସମୟରେ ଦିଲ୍ଲୀରେ ହିଂସା ଆରମ୍ଭ ହୋଇଥିଲା । ଏହି ସମୟରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା । ଯଦିଓ ଆଜି ଦାଖଲ ହୋଇଥିବା ଚାର୍ଜସିଟ୍ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଆଇବି କର୍ମଚାରୀଙ୍କ ହତ୍ୟା ମାମଲାରେ ଏକ ପୃଥକ ଚାର୍ଜସିଟ୍ ଦାଖଲ କରାଯିବ।

ABOUT THE AUTHOR

...view details