ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତ ଶନିବାର ତିସ୍ ହଜାରୀ କୋର୍ଟ ବିବାଦରେ ଦୀର୍ଘ 11 ଘଣ୍ଟା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପରେ ଦିଲ୍ଲୀ ପୋଲିସ ଧାରଣାରୁ ଓହରିଛି । ଦକ୍ଷିଣାଞ୍ଚଳ ରେଞ୍ଜର ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ ଏନେଇ ସୂଚନା ଦେଇଛନ୍ତି । ପୋଲିସ କର୍ମୀଙ୍କ ସମସ୍ତ ସର୍ତ୍ତ ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଛନ୍ତି ଦିଲ୍ଲୀ ପୋଲିସ ।
ମଙ୍ଗଳବାର ସମସ୍ତ ପୋଲିସ କର୍ମଚାରୀଙ୍କୁ ଦିଲ୍ଲୀ ସ୍ବତନ୍ତ୍ର ପୋଲିସ କମିଶନର ସତୀଶ ଗୋଲଚାଙ୍କ ତିସ୍ ହଜାରି କୋର୍ଟ ଗଣ୍ଡଗୋଳରେ ଆହତ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ନେଇ ଘୋଷଣା କରିଥିଲେ । ନ୍ୟାୟ ପାଇବା ଉପରେ ପ୍ରତିଶ୍ରୃତି ମିଳିବା ପରେ ଧାରଣାରୁ ଓହରିଛନ୍ତି ପୋଲିସ କର୍ମୀ ।