ଓଡିଶା

odisha

By

Published : Dec 10, 2019, 6:42 PM IST

ETV Bharat / bharat

ଦିଲ୍ଲୀ ଫାୟାର ଟ୍ରାଜେଡି: ଯାଞ୍ଚ ପାଇଁ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଲା କ୍ରାଇମବ୍ରାଞ୍ଚ

ଦିଲ୍ଲୀର ଝାନ୍ସି ରୋଡ ସ୍ଥିତ ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଯାଞ୍ଚ ପାଇଁ ଘଟଣାସ୍ଥଳକୁ ନେଇଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ଏ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

Delhi Police
ଦିଲ୍ଲୀ ଫାୟାର ଟ୍ରାଜେଡି

ନୂଆଦିଲ୍ଲୀ: ଦିଲ୍ଲୀର ଝାନ୍ସି ରୋଡ ସ୍ଥିତ ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଯାଞ୍ଚ ପାଇଁ ଘଟଣାସ୍ଥଳକୁ ନେଇଛି କ୍ରାଇମବ୍ରାଞ୍ଚ। ଡିସେମ୍ବର 8 ତାରିଖରେ ଏହି ମଣ୍ଡିରେ ହୋଇଥିଲା ଭୟାବହ ଅଗ୍ନିକାଣ୍ଡ। ଏ ଘଟଣାରେ ପ୍ରାୟ 43 ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ରିହାନ ଓ ମ୍ୟାନେଜରଙ୍କୁ ଗିରଫ କରିଥିଲା ପୋଲିସ।

ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଆଜି ରିହାନକୁ ଘଟଣାସ୍ଥଳକୁ ନେଇ ଘଟଣା ବିଷୟରେ ପଚରାଉଚରା କରାଯାଇଛି। ଗତକାଲି ଉଭୟ ଅଭିଯୁକ୍ତକୁ ଅଗ୍ନିକାଣ୍ଡ ମାମଲାରେ ତିସ ହଜାରି କୋର୍ଟରେ ହାଜର କରାଯାଇଥିଲା। ସେଠାରେ ପୋଲିସ 14 ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିବା ପରେ କୋର୍ଟ ମଧ୍ୟ ଅନୁମତି ଦେଇଥିଲେ। ଫଳରେ ଆଜିଠୁ ଆରମ୍ଭ ହୋଇଛି ଯାଞ୍ଚ।

ଘଟଣା ଦିନ ଫ୍ୟାକ୍ଟ୍ରି ଭିତରେ କାମ କରୁଥିବା ଶ୍ରମିକଙ୍କୁ ବାହାରୁ ତାଲା ପକାଇ ଦେଇଥିଲା ଏହାର ମାଲିକ । ବାହାରକୁ ବାହାରିବା ସମ୍ଭବ ହୋଇନଥିଲା । ଫଳରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇ ଥିଲେ ଶ୍ରମିକ।

ABOUT THE AUTHOR

...view details