ନୂଆଦିଲ୍ଲୀ : କୋରୋନା ବିରୋଧୀ ଲଢେଇରେ ଆଗ ଧାଡିରେ ରହି ଲଢୁଥିବା ଯୋଦ୍ଧାମାନେ ଏବେ କୋରୋନା କବଳରେ । ଯାହା ଅତ୍ୟନ୍ତ ଚିନ୍ତାଜନକ । ରବିବାର ଦିଲ୍ଲୀ ତିଲକ ବିହାର ପୋଲିସ ପୋଷ୍ଟରେ ପୋଷ୍ଟ ହୋଇଥିବା ଜଣେ ପୋଲିସକର୍ମୀ କୋରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ବାରେନଣ୍ଟାଇନରେ ରହିବା ପାଇଁ କୁହାଯାଇଛି ।
ପଶ୍ଚିମ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତିଲକ ବିହାର ପୋଲିସ ପୋଷ୍ଟରେ ପୋଷ୍ଟ ହୋଇଥିବା ଜଣେ କନଷ୍ଟେବଳ ଶନିବାର କୋଭିଡ -19 ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି ।
ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ ତିଲକ ବିହାରର DDU ଡିସପେନସାରିରେ 45 ଜଣଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରୁ କନଷ୍ଟେବଳଙ୍କ ସମେତ 18 ଜଣ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଥିବା ଜଣାଯାଇଥିଲା ।