ନୂଆଦିଲ୍ଲୀ: ପାଟ୍ରୋଲିଂ ସମୟରେ ପୋଲିସ ଉପରକୁ ଅଜ୍ଞାତ ଆତତାୟୀଙ୍କ ଗୁଳି ମାଡ । ସୋମବାର ଦିଲ୍ଲୀ ସେକ୍ଟର-୨ ଦ୍ବାରକା ନିକଟରେ ପାଟ୍ରୋଲିଂ ସମୟରେ ଏହି ଗୁଳି ମାଡ ହୋଇଥିଲା । ଏଥିରେ ପାଟ୍ରୋଲିଂ କରୁଥିବା ହୋମଗାର୍ଡ ସାମାନ୍ୟ ଆହତ ହୋଇଥିବା ବେଳେ କନେଷ୍ଟବଳ ଦୁର୍ବୃତ୍ତଙ୍କ ଗୁଳିରୁ ଅଳ୍ପକେ ରକ୍ଷା ପାଇଛନ୍ତି ।
ସୂଚନା ଅନୁସାରେ ପୋଲିସ କନଷ୍ଟେବଳ ରାଜୀବ ଏବଂ ହୋମଗାର୍ଡ ଅଜୟ କୁମାର ସୋମବାର ସକାଳ ପ୍ରାୟ 4 ଟା ସମୟରେ ସେକ୍ଟର-2 ଇଲାକାରେ ପାଟ୍ରୋଲିଂ କରୁଥିଲେ । ଏହିସମୟରେ ଭରର୍ଥାଲ ଗ୍ରାମ ନିକଟରେ ଏକ ସ୍କ୍ରାପ୍ ଦୋକାନ ଭିତରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସେମାନଙ୍କ ନଜରକୁ ଆସିଥିଲା । ପରେ ଦୁଇ ପୋଲିସ କର୍ମୀ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସକୁ ଦେଖି ଦୁର୍ବୃତ୍ତ ମାନେ କନଷ୍ଟେବଳ ରାଜୀବଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ତାଙ୍କ ମୁଣ୍ଡକୁ କୌଣସି ବସ୍ତୁରେ ଆଘାତ କରିଥିଲେ ।