ଓଡିଶା

odisha

ETV Bharat / bharat

ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଲେ ଓଡିଆ ପୁଅ ଅମୂଲ୍ୟ - amulya patnaik farewell

ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଇଛନ୍ତି ଓଡିଆ କ୍ୟାଡରର ଆଇପିଏସ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ । ବିଦାୟୀକାଳୀନ ସମ୍ବର୍ଦ୍ଧନା ସମୟରେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ ରତନଲାଲଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ଅମୂଲ୍ୟ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଲେ ଓଡିଆ ପୁଅ ଅମୂଲ୍ୟ
ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଲେ ଓଡିଆ ପୁଅ ଅମୂଲ୍ୟ

By

Published : Feb 29, 2020, 6:55 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଇଛନ୍ତି ଅମୂଲ୍ୟ ପଟ୍ଟନାୟକ । 30 ଜାନୁଆରୀ 2017ରେ ରାଜଧାନୀ ଦିଲ୍ଲୀର ପୋଲିସ କମିଶନର ଭାବେ ଯୋଗ ଦେଇଥିବା ଆଇପିଏସ ଅମୂଲ୍ୟ ପଟ୍ଟନାୟକ ଶନିବାର ନିଜ ପଦରୁ ଅବସର ନେଇଛନ୍ତି । ଦିଲ୍ଲୀରେ ଅମୂଲ୍ୟଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ହେଡ କନେଷ୍ଟବଳ ରତନଲାଲଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅମୂଲ୍ୟ ।

ଦିଲ୍ଲୀ ହିଂସାରେ ଆହତ ପୋଲିସକର୍ମୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ କାର୍ଯ୍ୟରତ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କୌଣସି ବି ପୋଲିସକର୍ମୀ ପଛଘୁଞ୍ଚା ଦିଅନ୍ତି ନାହିଁ ବୋଲି ବିଦାୟୀକାଳୀନ ଭାଷଣରେ କହିଛନ୍ତି ଅମୂଲ୍ୟ । ଅମୂଲ୍ୟଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଏସଏନ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି । ଦିଲ୍ଲୀ ହିଂସା ସମୟରେ ଶ୍ରୀବାସ୍ତବଙ୍କୁ ଆଇନ ଶୃଙ୍ଖଳାର ସ୍ବତନ୍ତ୍ର ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଥିଲା ।

ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ 30 ଜାନୁଆରୀ 2017ରେ ଦିଲ୍ଲୀର ପୋଲିସ କମିଶନର ପଦରେ ନିଜ କାର୍ଯ୍ୟଭାର ସମ୍ଭାଳିଥିଲେ । 4 ବର୍ଷର ଲମ୍ବା କାର୍ଯ୍ୟକାଳ ସମୟରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି ଅମୂଲ୍ୟ । ଅନେକ ସମୟରେ ତାଙ୍କ କାର୍ଯ୍ୟକାଳ ବିବାଦରେ ରହିଆସିଛି । ଜେଏନୟୁ ହିଂସାଠୁ ନେଇ ତୀସହଜାରୀ କୋର୍ଟରେ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ମାରପିଟକୁ ଅମୂଲ୍ୟଙ୍କ ବଡ ଅସଫଳତା ସହ ଯୋଡି ଦେଖାଯାଇପାରେ । ଆଉ ଏବେ ଦିଲ୍ଲୀ ହିଂସାରେ ପୋଲିସର ତ୍ରୃଟି ସାମ୍ନାକୁ ଆସିବା ପରେ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଅନ୍ୟପକ୍ଷେ କେତେଗୁଡିଏ ଅମୂଲ୍ୟ ପଟ୍ଟନାୟକଙ୍କୁ ପ୍ରଂଶସା ମିଳିଛି । ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ଲଗାମ ଲଗାଇବା ପାଇଁ ସ୍ବତନ୍ତ୍ର ୟୁନିଟର ସ୍ଥାପନା, ପାର୍ସଲ ବୋମା ଘଟଣା, ସରିତା ବିହାର ଅପହରଣ ଘଟଣା, ଅସଗର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ ତାଙ୍କ କାର୍ଯ୍ୟକାଳର ସଫଳତା ଭିତରେ ଗଣାଯାଏ । ଅମୂଲ୍ୟଙ୍କ କାର୍ଯ୍ୟକାଳ ସମୟରେ ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲରେ ବି ସମ୍ମାନିତ କରାଯାଇଛି ।

@ANI

ABOUT THE AUTHOR

...view details