ନୂଆଦିଲ୍ଲୀ: ନକଲି ନୋଟ କାରବାରର ଅଭିଯୋଗରେ ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏକ ଅନ୍ତର୍ଜାତୀୟ ସ୍ତରର ରାକେଟର ପର୍ଦ୍ଦାଫାଶ କରିଛି । ଏହା ସହିତ ଉକ୍ତ ରାକେଟର ଜଣେ ସଦସ୍ୟଙ୍କୁ ଗିରଫ କରିଛି । ଏହା ସହିତ ପ୍ରାୟ 7 ଲକ୍ଷ ଟଙ୍କାର ନକଲି ନୋଟ ମଧ୍ୟ ଜବତ କରାଯାଇଛି ।
ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ, ଜଣେ ଗିରଫ - ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ
ଦେଶର ବିଭିନ୍ନ ଅଞ୍ଚଳରେ ନକଲି ନୋଟ କାରବାର କରୁଥିବା ଏକ ରାକେଟର ପର୍ଦ୍ଦଫାଶ କରିଛି ଦିଲ୍ଲୀ ପୋଲିସ । ଏହା ସହିତ ଉକ୍ତ ରାକେଟର ଜଣେ ସଦସ୍ୟକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...
ମିଳିଥିବା ସୂଚନା ମୁତାବକ ଜବତ ନୋଟ ମଧ୍ୟରେ 2 ହଜାର ଏବଂ 5 ଶହ ଟଙ୍କିଆ ନୋଟ ସାମିଲ ରହିଛି । ଏନେଇ ଦିଲ୍ଲୀ ପୋଲିସ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛି । ଏହି ରାକେଟ ବିଶେଷ କରି ଦିଲ୍ଲୀ, ଏନସିଆର, ବିହାର, ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ନକଲି ନୋଟ କାରବାର କରୁଥିବା ପୋଲିସକୁ ସୂଚନା ମିଳିଥିଲା ।
ଏହା ସହିତ ଚଢାଉ ସମୟରେ ଉକ୍ତ ରାକେଟର ଜଣେ ସଦସ୍ୟକୁ ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତି ହେଉଛି 27 ବର୍ଷୀୟ ଅମର ମଣ୍ଡଳ ଓ ତାହାର ଘର ପଶ୍ଚିମବଙ୍ଗର ମାଲଦା ଅଞ୍ଚଳରେ । ବାଂଲାଦେଶ ସୀମା ଦେଇ ଦେଶ ମଧ୍ୟକୁ ନକଲି ନୋଟ ଆଣିବା ଦାୟିତ୍ବ ଅମରର ଥିଲା ବୋଲି ପୋଲିସ ସୂଚନା ଦେଇଛି ।