ନୂଆଦିଲ୍ଲୀ:ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ। ଏହି ସମୟରେ 23 କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ 90 କୋଟିରୁ ଅଧିକ ହେବ। ଅପରେସନରେ ଜଡିତ୍ ଥିବା କିଙ୍ଗପିନ୍ ସମେତ ଏହି ଲିଙ୍କର 5 ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇଛି।
‘ସ୍ପେଶାଲ୍ ସେଲ୍ / ସାଉଥ୍ ରେଞ୍ଜର ଏକ ଟିମ୍ ଏହାର ପାଞ୍ଚଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇଛି । ସହକାରୀ କମିଶନର ଅଫ୍ ପୋଲିସ୍ (ଏସିପି) ଅଟ୍ଟର ସିଂଙ୍କ ତତ୍ତ୍ବାବଧାନରେ ଇନ୍ସପେକ୍ଟର ଶିବ କୁମାର ଏବଂ ଇନ୍ସପେକ୍ଟର କରମବୀର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ନେତୃତ୍ୱ ନେଇଛି’ ଏକ ବିବୃତ୍ତିରେ କୁହାଯାଇଛି।