ନୂଆଦିଲ୍ଲୀ: ଆରମ୍ଭ ହେଲା ମିଶନ 'ଆୟୁର୍ଖା'। ଏଥିରେ 80 ହଜାର ପୋଲିସଙ୍କୁ ଦିଆଯିବ ଆୟୁର୍ବେଦ ମେଡିସିନ। ଆୟୁସ ମନ୍ତ୍ରଣାଳୟ ଓ ଦିଲ୍ଲୀ ପୋଲିସର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି।କୋରୋନା ହଟସ୍ପଟ ଦିଲ୍ଲୀରେ କୋରୋନା ଯୋଦ୍ଧା ଭାବେ ଲଢୁଥିବା ଆଗଧାଡିର ପୋଲିସ କର୍ମୀଙ୍କ ସତର୍କତା ପଦକ୍ଷେପ ସ୍ବରୂପ ଏହି ମେଡିସିନ ଯୋଗାଇ ଦିଆଯିବ।
ମିଶନ 'ଆୟୁର୍ଖା', ଆୟୁର୍ବେଦ ମେଡିସିନ ଖାଇବେ 80 ହଜାର ପୋଲିସ କର୍ମୀ - COVID-19
'ଆୟୁର୍ଖା', 'କୋରୋନା ସେ ଜଙ୍ଗ, ଦିଲ୍ଲୀ ପୋଲିସ୍ କେ ସଙ୍ଗ୍' । - AIIA (ଆୟୁଷ ମନ୍ତ୍ରଣାଳୟ ଅଧୀନରେ) ଏବଂ ଦିଲ୍ଲୀ ପୋଲିସର ମିଳିତ ଉଦ୍ୟମରେ COVID ଯୋଦ୍ଧା, ପୋଲିସ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏହି ମିଶନ ଆରମ୍ଭ କରାଯାଇଛି।

ମିଶନ 'ଆୟୁର୍ଖା', ଆୟୁର୍ବେଦ ମେଡିସିନ ଖାଇବେ 80 ହଜାର ପୋଲିସ କର୍ମୀ
ଏନେଇ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଏବଂ ଦିଲ୍ଲୀ ପୋଲିସ୍ ମିଳିତ ଭାବେ ଆଜି ପୋଲିସ୍ କର୍ମଚାରୀଙ୍କ ପାଇଁ 'ଆୟୁର୍ଖା' ଆରମ୍ଭ କରିଛି। ତେବେ ଏପରି ଅଭିନବ ପ୍ରୟାସ ଉପରେ ଦିଲ୍ଲୀ ପୋଲିସ ଏକ ଟୁଇଟ୍ ମାଧ୍ୟମରେ ଉଲ୍ଲେଖ କରାଯାଇଛି।
ଏହାସହ କରୋନା ସେ ଜଙ୍ଗ, ଦିଲ୍ଲୀ ପୋଲିସ୍ କେ ସଙ୍ଗ ଲଢିବା ପାଇଁ ଏହା ଉଦ୍ଦିଷ୍ଟ। ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ଆୟୁଷ ଏବଂଏଆଇଆଇଏ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରିଛନ୍ତି।