ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏସପି କୋରୋନା ଆକ୍ରାନ୍ତ, ମୋଟ 180 - କୋରୋନା

ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଜଣେ ଏସିପି ଏବଂ ଥାନା ଦାୟିତ୍ବରେ ଥିବା ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଥାନାର 17 ପୋଲିସ କର୍ମୀଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ବୋଲି ଗତ ଶନିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

acp corona positive
ଦିଲ୍ଲୀ ଏସିପି କୋରୋନା ଆକ୍ରାନ୍ତ

By

Published : May 17, 2020, 11:15 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାମ ନେଉନାହିଁ । ବର୍ତ୍ତମାନ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଜଣେ ଏସପି ଏବଂ ଥାନା ଦାୟିତ୍ବରେ ଥିବା ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଥାନାର 17 ପୋଲିସ କର୍ମୀଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ବୋଲି ଗତ ଶନିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ, ଏହି ଦୁଇ ଅଧିକାରୀଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଲୋକଙ୍କର ମଧ୍ୟ ଅନୁସନ୍ଧାନ ଜାରି ରହିଛି । ବର୍ତ୍ତମାନ ସିଦ୍ଧାର ଦିଲ୍ଲୀର ପ୍ରାୟ 180 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 78 ପୋଲିସ କର୍ମୀ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସରକାର ସହରର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର ପାଇଁ ଏକ ଫାଉଣ୍ଡେସନ ପକ୍ଷରୁ 5000 ପିପିଇ କିଟ୍ ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନା ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 9333 କୋରୋନା ଆକ୍ରାନ୍ତ ଥିବାବେଳେ 129 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details