ଓଡିଶା

odisha

By

Published : May 5, 2020, 12:15 PM IST

ETV Bharat / bharat

ମଦ ପରେ ଦିଲ୍ଲୀରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ୍ ଦର

କୋରୋନା ଭାଇରସ କାରଣରୁ ଅର୍ଥନୀତି ଉପରେ ପଡୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିବାକୁ କେଜ୍ରିୱାଲଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି।

delhi petrol and disel price hike
ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ଅର୍ଥନୀତି ଉପରେ ପଡୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିବାକୁ କେଜ୍ରିୱାଲଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ବର୍ତ୍ତମାନ 1.67 ଟଙ୍କା ଏବଂ ଡିଜେଲରେ 7.10 ଟଙ୍କା ବୃଦ୍ଧି କରାଯାଇଛି ।

ମଙ୍ଗଳବାର ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍ 27 ପ୍ରତିଶତରୁ 30 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଡିଜେଲରେ ଏହା 16.77 ପ୍ରତିଶତରୁ 30 ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଏହି ନିଷ୍ପତ୍ତି ପରେ ଦିଲ୍ଲୀ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍ କରି ଲେଖିଛନ୍ତି ଯେ କଠିନ ସମୟରେ କଠୋର ନିଷ୍ପତ୍ତି ନେବାକୁ ପଡିବ । ଅର୍ଥମନ୍ତ୍ରୀ ଥିବାବେଳେ ମୁଁ ଏହା ଶିଖିଲି । ଜୀବନ ସବୁବେଳେ ଶାନଦାର୍ ନୁହେଁ । ଏହା ସହ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଦିଲ୍ଲୀରେ ଲିଟର ପିଛା 71.26 କୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 69.29 କୁ ବୃଦ୍ଧି ପାଇଛି।

ପ୍ରକାଶଥାଉକି, କୋରୋନା ଭାଇରସ ସଙ୍କଟ ଯୋଗୁଁ ଗତ 40 ଦିନ ଧରି ଲକଡାଉନ୍ ଜାରି ରହିଛି । ଯେଉଁଥିରେ ସରକାର ଅନେକ କ୍ଷତି ସହିଛନ୍ତି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ସରକାରଙ୍କ ଏପ୍ରିଲ ମାସରେ ଆୟ 3500 କୋଟିରୁ 300 କୋଟି ଟଙ୍କାକୁ ଖସି ଆସିଛି।

ABOUT THE AUTHOR

...view details