ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ: ନ୍ୟାୟିକ ଯାଞ୍ଚ ପାଇଁ ମନାକଲେ ଦିଲ୍ଲୀ ହାଇକୋର୍ଟ - ଦିଲ୍ଲୀ ଅଗ୍ନିକାଣ୍ଡ

ରାଣୀ ଝାନ୍ସୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣାରେ ନ୍ୟାୟିକ ଯାଞ୍ଚ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଅଗ୍ନିକାଣ୍ଡ ପରେ ଅବୋଧ କୌଶିକ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ ।

ଦିଲ୍ଲୀ ଅଗ୍ନିକାଣ୍ଡ
ଫାଇଲ ଫଟୋ

By

Published : Dec 10, 2019, 3:17 PM IST

ନୂଆଦିଲ୍ଲୀ: ରାଣୀ ଝାନ୍ସୀ ରୋଡ ସ୍ଥିତ ଶସ୍ୟ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣାରେ ନ୍ୟାୟିକ ଯାଞ୍ଚ କରିବାକୁ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଯାଞ୍ଚ ଯେଉଁ ସ୍ତରରେ ଅଛି ଏଥିରେ ହସ୍ତକ୍ଷେପ କରିହେବ ନାହିଁ ବୋଲି କୋର୍ଟ କହିଛନ୍ତି । ସ୍ଥିତି ସମ୍ଭାଳିବା ପାଇଁ ପ୍ରଶାସନକୁ ସମୟ ଦରକାର ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଅବୋଧ କୌଶିକ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ ଦ୍ବାରା ନ କରି ନ୍ୟାୟିକ ଯାଞ୍ଚ କରାଯାଉ ବୋଲି ଯାଚିକାରେ କୁହାଯାଇଥିଲା ।

ABOUT THE AUTHOR

...view details