ଓଡିଶା

odisha

ETV Bharat / bharat

ରାଜଧାନୀରେ ଲୁଚିଛନ୍ତି 5 ଆତଙ୍କୀ, ହାଇ ଆଲର୍ଟରେ ଦିଲ୍ଲୀ ! - 4-5 terrorists sneak into city to carry out terror attack

ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ‘ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା’ର ୪ ରୁ 5 ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଛନ୍ତି । ସତର୍କତା ମୂଳକ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି।

ରାଜଧାନୀରେ ଲୁଚିଛନ୍ତି 5 ଆତଙ୍କୀ, ହାଇଆଲର୍ଟରେ ଦିଲ୍ଲୀ !
ରାଜଧାନୀରେ ଲୁଚିଛନ୍ତି 5 ଆତଙ୍କୀ, ହାଇଆଲର୍ଟରେ ଦିଲ୍ଲୀ !

By

Published : Jun 22, 2020, 10:43 AM IST

ନୂଆଦିଲ୍ଲୀ: କୋରୋନା କହର ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀକୁ ଆତଙ୍କୀ ପ୍ରବେଶ। ଦିଲ୍ଲୀ ଉପରେ ଆତଙ୍କୀ ହମଲା ହେବାର ଆଶଙ୍କା ଘନୀଭୂତ ହୋଇଛି। ପୋଲିସ ସୂତ୍ର ଅନୁସାରେ, ‘ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା’ର ୪ ରୁ 5 ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଛନ୍ତି । ସତର୍କତା ମୂଳକ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି। ବର୍ତ୍ତମାନର ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ମହାନଗରକୁ ପ୍ରବେଶ କରିଥିବା ସମସ୍ତ ଆତଙ୍କୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଛି। ଦିଲ୍ଲୀ ପୋଲିସ ଅନ୍ତର୍ଗତ ସମସ୍ତ ଅତିଥି ଭବନ, ହୋଟେଲ, କଶ୍ମୀର ନମ୍ବର ଥିବା ଯାନବାହନ ତଲାସୀ କରାଯାଉଛି । ଦିଲ୍ଲୀର ସମସ୍ତ ଜିଲ୍ଲା ଡିସିପି, ସ୍ପେଶାଲ ସେଲ କ୍ରାଇମ ବ୍ରାଞ୍ଚ ଓ ଅନ୍ୟ ୟୁନିଟକୁ, 15 ପୋଲିସ ଷ୍ଟେସନକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଦିଲ୍ଲୀର ସମସ୍ତଙ୍କ ଘର ମାଲିକଙ୍କୁ ଘର ଭଡା ଦେବା ପୂର୍ବରୁ ଭଡାଟିଆଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ଦିଲ୍ଲୀ ପୋଲିସ ନିବେଦନ କରିଛି। ବସ ଷ୍ଟେସନ ଓ ରେଳ ଷ୍ଟେସନରେ ମଧ୍ୟ ତଦନ୍ତ ଚାଲିଛି । ପୋଲିସର ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ଦିଲ୍ଲୀ-ଏନସିଆରକୁ ଟାର୍ଗେଟ କରିପାରନ୍ତି । ଖବର ଅନୁସାରେ ଆତଙ୍କବାଦୀମାନେ କାର, ଟ୍ୟାକ୍ସି ଅଥବା ବସ ଜରିଆରେ ଜମ୍ମୁ-କାଶ୍ମୀରରୁ ଦିଲ୍ଲୀ ପ୍ରବେଶ କରିଛନ୍ତି ।

ଦିଲ୍ଲୀ ପୋଲିସ ସହରର ସୀମାରେ କଡା ନଜର ରଖିବା ସହ ବଜାର ଅଞ୍ଚଳ ତଥା ଡାକ୍ତରଖାନାଗୁଡ଼ିକରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛି। ପୂର୍ବ ଲଦାଖରେ ଭାରତ-ଚୀନ୍ ବିବାଦ ମଧ୍ୟରେ ଏହି ଘଟଣା ଘଟିଛି, ଯାହା ପରେ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି।

ଜୁନ୍ 15-16 ମଧ୍ୟରେ ମଧ୍ୟରାତ୍ରିରେ ଭାରତୀୟ ସେନା ଏବଂ ଚୀନ୍ ସୈନ୍ୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଗଲୱାନ୍ ଉପତ୍ୟକାରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ଏଥିରେ ଭାରତର 20 ଯବାନ ଶହୀଦ ହୋଇଛନ୍ତି।

ABOUT THE AUTHOR

...view details