ନୂଆଦିଲ୍ଲୀ: ଦେଶରେ ଶୀତ ଲହରି ଜାରି ରହିଛି । ଏହି କ୍ରମରେ ଦିଲ୍ଲୀରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଛି । ତେବେ ପାଣିପାଗ ବିଭାଗର କହିବା କଥା ଚଳିତ ମାସରେ ଯେଉଁ ଥଣ୍ଡା ପଡିଛି ତାହା 118 ବର୍ଷ ପରେ ଦ୍ବିତୀୟ ଥର ଅନୁଭୂତ ହୋଇଛି ।
ଦିଲ୍ଲୀରେ ଜାଡ ଭାଙ୍ଗୁଛି ହାଡ, ଭାଙ୍ଗିଲା 118 ବର୍ଷର ରେକର୍ଡ - ଦିଲ୍ଲୀରେ ଶୀତ ଲହରୀ
ଦେଶରେ ଶୀତ ଲହରି ଜାରି ରହିଛି । ଏହି କ୍ରମରେ ଦିଲ୍ଲୀରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଛି ।
ଦିଲ୍ଲୀରେ ଜାଡ ଭାଙ୍ଗୁଛି ହାଡ, ଭାଙ୍ଗିଲା 118 ବର୍ଷର ରେକର୍ଡ
ସୂଚନା ଅନୁସାରେ, 1901 ମସିହାରୁ 2018 ମସିହା ଯାଏଁ ମାତ୍ର 4 ଥର ଦିଲ୍ଲୀ-ଏନସିଆରରେ ଏଭଳି ଜାଡ ଅନୁଭୂତ ହୋଇଛି । 2019 ଏହି ଧାରାର 5ମ ବର୍ଷ ହେବ । ଯାହାଫଳରେ ତାପମାନ ହ୍ରାସ ପାଇ 20 ଡିଗ୍ରୀ ତଳେ ରହିବ ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତ ମାସ 14 ତାରିଖରୁ ଶୀତ ତାର ଥଣ୍ଡା ରୂପ ଦେଖାଇଥିଲା । ଏହାରି ମଧ୍ୟରେ 13 ଦିନ ବିତିଯାଇଥିବା ବେଳେ ଭୟଙ୍କର ଥଣ୍ଡା ଅନୁଭୂତ ମଧ୍ୟ ହେଉଛି । ଆଉ ଏମିତି ପ୍ରଭାବ ଡିସେମ୍ବର 29 ଯାଏଁ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।