ନୂଆଦିଲ୍ଲୀ: ପୁଣିଥରେ ବିଷାକ୍ତ ପାଲଟିଛି ଦିଲ୍ଲୀ-ଏନସିଆର ବାୟୁ । ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ଗୁରୁବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 489 ରେକର୍ଡ କରାଯାଇଛି । ସେହିପରି ପଞ୍ଜାବୀ ବାଗରେ ଏକ୍ୟୁଆଇ 373 ଝିଲମିଲରେ 447 ନୋଏଡା ସେକ୍ଟର 125ରେ 327 ଏବଂ ଗାଜିଆବାଦର ବସୁନ୍ଧରାରେ ଏକ୍ୟୁଆଇ 406 ରେକର୍ଡ କରାଯାଇଛି । ଫଳରେ ଦିଲ୍ଲୀବାସୀଙ୍କୁ ନିଶ୍ବାସ ନେବାରେ ବାଧା ସୃଷ୍ଟି ହୋଇଛି ।
ପୁଣି ବିଷାକ୍ତ ହେଲା ଦିଲ୍ଲୀର ବାୟୁ - ବିଷାକ୍ତ ହେଲା ଦିଲ୍ଲୀର ବାୟୁ
ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ଗୁରୁବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 489 ରେକର୍ଡ କରାଯାଇଛି । ଯାହା ଅତି ନିମ୍ନ ମାନର ।
ଫାଇଲ ଫଟୋ
ସେପଟେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ସମସ୍ୟାର ସମାଧାନ ବାଟ ଖୋଜିବାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ନେଇ କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟି 2 ଥର ବୈଠକ କରିସାରିଥିବାବେଳେ ଗୁରୁବାର ତୃତୀୟ ବୈଠକ ଆୟୋଜିତ ହେବ । ଚଳିତ ବୈଠକରେ ଏମ୍ସ ନିର୍ଦ୍ଦେଶକ ସମେତ ଅନେକ ବିଶେଷଜ୍ଞ ଉପସ୍ଥିତ ରହିବେ ।