ଓଡିଶା

odisha

ETV Bharat / bharat

ଫିଲ୍ମ ‘ଆୟେଶା’ ପାଇଁ ୟୁପି ମନ୍ତ୍ରୀଙ୍କୁ ନୋଟିସ - ମହମ୍ମଦ ସାହେବଙ୍କ ପତ୍ନୀ ହଜରତ ଆୟେଶା

ମୁସଲମାନ ଧର୍ମଗୁରୁ ମହମ୍ମଦଙ୍କ ପତ୍ନୀ ହଜରତ ବିବି ଆୟେଶାଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରୁଛନ୍ତି ୟୁପିର ଓ୍ବାସିମ ରିଜଓ୍ବି । ତେବେ ଏହି ଫିଲ୍ମରେ ମହମ୍ମଦଙ୍କ ପତ୍ନୀ ହଜରତ ବିବି ଆୟେଶାଙ୍କ ଜୀବନୀକୁ ତ୍ରୁଟିପୂର୍ଣ୍ଣ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ କୌଣସି ପ୍ରକାର ଅଘଟଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଂଖ୍ୟାଲଘୁ କମିଶନ ତାଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହିତ ଏହି ସିନେମାର କାହାଣୀ କିଏ ଓ କାହିଁକି ଲେଖିଛି ସେ ନେଇ ଜବାବ ମଧ୍ୟ ତଲବ କରିଛି କମିଶନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 21, 2019, 9:58 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରରେ ବେଶ ଚର୍ଚ୍ଚାରେ ରହୁଥିବା ନେତା ଓ୍ବସିମ ରିଜଓ୍ବିଙ୍କୁ ଦିଲ୍ଲୀର ସଂଖ୍ୟାଲଘୁ କମିଶନ ନୋଟିସ ଜାରି କରିଛନ୍ତି । ନୋଟିସ ଜାରି କରିବା ସହିତ ମୁସଲମାନ ଧର୍ମଗୁରୁ ମହମ୍ମଦଙ୍କ ପତ୍ନୀ ହଜରତ ବିବି ଆୟେଶାଙ୍କ ଉପରେ କାହିଁକି ଫିଲ୍ମ କରାଯାଉଛି ବୋଲି କମିସନ ପ୍ରଶ୍ନ କରିଛି । ଏହା ସହିତ ଏହି ଫିଲ୍ମର କାହାଣୀ କିଏ ଓ କାହିଁକି ଲେଖିଛି ସେନେଇ ସେ ଆସନ୍ତା 2 ତାରିଖରେ ରିପୋର୍ଟ ଦେବାକୁ ଜବାବ ତଲବ କରିଛନ୍ତି କମିଶନ ।

ଏହା ସହିତ କମିସନ ଫିଲ୍ମ ସାର୍ଟିଫିକେଶନ ବୋର୍ଡ଼କୁ ମଧ୍ୟ ଏକ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ କମିଶନ କହିଛନ୍ତି କି, ସିନେପ୍ରେମୀଙ୍କ ଭାବନାକୁ କ୍ଷତି ପହଞ୍ଚାଉଥିବା ଏଭଳି ଫିଲ୍ମର ରିଲିଜ ପାଇଁ ଅନୁମତି ନଦେବାକୁ ଅନୁରୋଧ କରିଛନ୍ତି । ଯଦି ଏହି ସିନେମାକୁ ରିଲିଜ ପାଇଁ ଅନୁମତି ଦିଆଯାଉଛି, ତେବେ କମିଶନ ଏହାକୁ ଦିଲ୍ଲୀରେ ରିଲିଜ କରାଇ ଦେବ ନାହିଁ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ୟୁପି ସରକାରରେ ମନ୍ତ୍ରୀ ଥିବା ରିଜଓ୍ବି ମୁସଲମାନ ଧର୍ମଗୁରୁ ମହମ୍ମଦଙ୍କ ପତ୍ନୀ ହଜରତ ବିବି ଆୟେଶାଙ୍କ ଜୀବନୀ ଉପରେ ଏକ ସିନେମା ନିର୍ମାଣ କରୁଛନ୍ତି । ମାତ୍ର କମିଶନ କହିଛି ଯେ, ଏହି ସିନେମା ନିର୍ମାଣ ହେବା ଦ୍ବାରା ଦେଶରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଭାବନା ସହିତ ଖେଳିବା ସହିତ ସମାନ ହେବ । ଦେଶରେ ସେମାନଙ୍କ ବିରୋଧରେ ଦଙ୍ଗା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସହିତ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି ବୋଲି କମିଶନ କହିଛି ।

ସେପଟେ ଦେଶରେ ଏହି ଫିଲ୍ମକୁ କୌଣସି ପରିସ୍ଥିତିରେ ରିଲିଜ କରାଇ ଦିଆଯିବ ନାହିଁ ବୋଲି କମିଶନର ଚେୟାରମ୍ୟାନ ଡା. ଜଫରୁଲ ଇସଲାମ ଖାନ କହିଛନ୍ତି । ଯଦି ଏହି ସିନେମା ପରଦାକୁ ଆସୁଛି ତେବେ ତତ୍କାଳ ଭାବେ ମଧ୍ୟ ଏହାକୁ ବନ୍ଦ କରାଯିବାକୁ ଉଦ୍ୟମ କରାଯିବ । ସେପଟେ ସେନସର ବୋର୍ଡ ଯଦି ରିଲିଜ ପାଇଁ ଅନୁମତି ଦିଏ ତେବେ ଦିଲ୍ଲୀରେ ଏହାକୁ ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details